ତୁମେ କି ସେଇ ଝିଅ
ତୁମେ କି ସେଇ ଝିଅ
ତିରିଶ ବରଷ ଲାଗଇ ବିରସ
ତୁମେ କରି ଗଲ ଏକା
କଲେଜ ବେଳର ସ୍ମୃତିକୁ ଜାବୁୁୁଡି
ଜୀବନ ଲାଗଇ ଫିିିକା ।
ରାଣ ଦେଇ ମୋତେ କହି ଥିଲ କେତେ
କରିିବ ଜୀବନ ସାଥି
ଚାହିଁ ମୁଁ ବସିଛି ଦିନ ରାତି ବିତେ
ପୁଣି ଚାଲି ଯାଏ ତିିିଥି ।
ଶୁଣିଲି ମୁଁ ଦିନେ ନାଲି ରଙ୍ଗେ ରଙ୍ଗି
ପରକୁ ଆପଣା କଲ
କେତେ ସହଜରେ ସ୍ମୃତି ଅଡୁଆରୁ
ନିର୍ଭୟେ ବାହାରି ଗଲ ।
ଯେଉଁ ସ୍ଥାନେ ଆମ୍ଭେ ଭେଟ ହେଉ ଥିଲେ
ସେ ସ୍ଥାନ କଲି ନିଜର
ଯେବେ କରୁଥିଲା ଉପହାସ ମୋତେ
ତନୁୁୁରେ ଚଢେ ଜହର ।
ରେଳ ଡବା ବୁଲି ଚା' ମୁଁ ବିକିଲି
ମନେ ଧରି କେତେ ଆଶା
ତୋ ଚନ୍ଦ୍ର ବଦନ ଦେଖିବା ପାଇଁକି
ଉତ୍କଣ୍ଠିତ ଅଭିଳାଷା ।
ସେ ଦିନରେ ଯେଉଁ କଷ୍ଟ ପାଉ ଥିଲି
ସେଥିରେ ଆନନ୍ଦ ଥିଲା
ଆଜି ତୋର ଯେଉଁ ରୂପକୁ ଦେଖିଲି
ରାଗ ରୁଷା ଲିଭି ଗଲା ।
ତୋର ଶୂନ୍ୟ ମଥା ଦେଲା ମୋତେ ବ୍ୟଥା
ଚାହିଁ ତ ନଥିଲି ଏହା
ତୋ ସୁଖରେ ସୁଖି ତୋ ଦୁଃଖରେ ଦୁଃଖି
ଏହି ମୋ ଜୀବନ ରାହା ।
ସେହି ଝିଅ ତୁହି ନିରବେ ପିିିିଇଛୁୁ
ବିରହ ଯାତନା କ୍ଲେଶ
ମୁହିଁ ଯେ ପୁରୁଷ ପିିଉ ଥାଏ ବିଷ
ମୁହଁରେ ଫୁଟାଇ ହସ ।
ଏବେ ବି ମୋ ଦ୍ଵାର ତୋ ପାଇଁ ମୁକୁୁୁଳା
ଆସି ପାରୁ ମୋର ଘରେ
ବାଧ୍ୟ କରିବିନି ତୋ ନିୟମ ଭାଙ୍ଗି
କେବଳ କହୁଛି ଥରେ ।

