STORYMIRROR

Prabhati Mahapatra

Romance Tragedy Others

4  

Prabhati Mahapatra

Romance Tragedy Others

ତୁମେ ଗଲା ପରେ

ତୁମେ ଗଲା ପରେ

1 min
215

ଦିନ ଯାଏ ରାତି ଯାଏ ନୟନ ନିଦ୍ରା ନଛୁଏଁ

ତୁମେ ଗଲା ପରେ ପ୍ରିୟା ଆକୁଳେ ମରେ

ଅଧିର ପରାଣ ମୋର  ଆଖିରୁ ଶ୍ରାବଣ ଝର

ବିଛେଦ ଶୋକରେ ନିିତି ମୋ ପ୍ରାଣ ଝୁୁୁରେ

ଦୁଃଖ ଦେଇ ପ୍ରାଣ ସଙ୍ଗିନୀ

କେମିତି ବିିିିତାଅ ଦିନ ପାରେନା ଗୁୁୁଣି ।

ମଧୁ ମଳୟ ରଜନୀ ସାକ୍ଷୀ ଥିଲା ଶୀତ ବୁଣି

କେତେ ପ୍ରୀତି ଢାଳି ଥିଲ ଗଣ୍ଡକୁ ଚୁମ୍ବି

ବିମଳ ଚନ୍ଦ୍ରମା ଦେଖି  ମନ ମୋର ହୁଏ ଦୁଃଖି

ଅଶ୍ରୁଭରା ନେତ୍ରେ ଭାସେ ତୁମରି ଛବି

ପ୍ରେମଶୀଳା ମିତବାଦିନୀ

କାହିଁ ପାଇଁ ରୁଷି ଗଲା ତୁମ କିିଙ୍କିଣୀ ।

ଷୋହଳ ଶୃଙ୍ଗାର ବେଶ ପୋଛୁ ଥାଏ କଷ୍ଟ କ୍ଲେଶ

ଝଟକେ ଯେ ମଥାମଣି  ଯେହ୍ନେ ଚନ୍ଦ୍ରମା

କପାଳେ ସିନ୍ଦୂର ବିନ୍ଦୁ  ପ୍ରଭାତ ଲୋହିତ ସିନ୍ଧୁ

ଗଭାରେ ମଲ୍ଲୀ ଗଜରା ସାଜେ ଲଳନା 

ତୁମେ ମୋ ଲବଣୀ ପିିିତୁଳା

ଜୀବନରୁ ଦୂୂୂୂରେ ରହି କରୁଛ ଖେଳା ।

ସ୍ନେହ କରି ପ୍ରତୀହାର ଅନ୍ତରୁୁ ଚିନ୍ତିିିଲ ପର

ତୁଛ ମନେ କଲ ତୁମେ ପ୍ରୀତି ପ୍ରଣୟ

ସ୍ଵପ୍ନ ସୌଧ ଅଟ୍ଟାଳିକା ଗଢି ତ ନଥିଲି ଏକା

ପ୍ରେମ ଅର୍ଘ୍ୟ ଟେକି ଥିଲା ବେନି ହୃଦୟ

ଯବନିକା ଦେଲ ପକାଇ

ଭାବନା ଲହକି ଯାଏ ବିଛେଦ ନେଇ ।

ବିଭାବରୀ ଲାଗେ ଭାରି  ଯେହ୍ନେ ପରବତ ପରି

ସୁପାତିରୁ ସୁୁୁନିଦ୍ରା ଯେ ଯାଏ ଦୂରେଇ

ଏକା ରଜନୀ ଶୟନ  ଚୁନା ଚୁନା ହୁଏ ମନ

ପରାଣ କରତି ଦିଏ ଦୁସ୍ଵପ୍ନ ଦେଇ

ବିରହ ଯେ ତପନ ସାଜି

ପ୍ରୀତି ତପୋବନେ ବର୍ଷେ କ୍ରୋଧେ ବିରାଜି ।

ତୁହି ମୋର ଦମୟନ୍ତୀ ତୁହି ମୋର ଶୋଭା କାନ୍ତି

ତୋ ପାଇଁ ଘର ଅଗଣା ଦିଶେ ସୁନ୍ଦର

ତୋ ବିିିନା ଲୋ ଘର ମୋର ଶ୍ମଶାନ ଶର୍ବରୀ ପୁୁର

ଅଭିମାନୀ ମାନ ତ୍ୟାଗୀ ଆସ ସତ୍ବର 

ଅର୍ଦ୍ଧାଙ୍ଗିନୀ ନକର ମଠ

ପଢି ପଢି ଥକି ଗଲି ବିରହ ପାଠ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance