STORYMIRROR

Balaram Barik

Romance Others

3  

Balaram Barik

Romance Others

ତୁମେ ଅଛ ବୋଲି

ତୁମେ ଅଛ ବୋଲି

1 min
234

ତୁମେ ଅଛ ବୋଲି ସତେ 

        ଦୁନିଆ ଏତେ ରଙ୍ଗୀନ ଦିଶୁଛି।

             କୁହ ତ...ତୁମବିନା ସବୁ କଳାଧଳା ଲାଗନ୍ତାନି !


ମୁଁ କଣ ! ସାରା ଦୁନିଆ କହୁଛି 

       ତୁମେ ସ୍ୱର୍ଗର ପରୀ ଲାଖେ ସୁନ୍ଦର ।

               ହଁ ତୁମେ କୋଟିଏରେ ଗୋଟିଏ ଅଟ ଯେ ।


ତୁମ ହସ ମୁକୁତାର ଝରା

        ଝଟକୁଛ ଯେମିତି ଅତୁଲ୍ୟ ହୀରା।

                ଲାଜ ଶୀତ ସକାଳର କଅଁଳିଆ ଖରା ତ !


ତୁମ ପରସ ପାଇବାରେ ପ୍ରଚଣ୍ଡ ତପସ୍ୟା 

         ମୁଁ ଧ୍ୟାନ ଭଗ୍ନ ହେବି ନାହିଁ ନପାଇଲେ 

                   ତୁମକୁ ପାଇବାର ଗଭୀର ଆଶ୍ୱାସନା।


ମୋ ପରି ପୁରୁଷ ପଦବାଚ୍ୟ ସବୁ 

          ପ୍ରକୃତିର ଉପଭୋଗ ପାଇଁ ସଦା ଲୋଭାନ୍ବିତ

                ଭୋଗିବା ପଣ ଖାଲି ଅଲଗା ଅଲଗା ଅଟେ।


କିଏ ବିଦୀର୍ଣ୍ଣ କରେ ମୁନିଆ ଅସ୍ତ୍ରରେ 

         ପିଇବାକୁ ଭୂମିତଳେ ଥିବା ମିଠା କନ୍ଦ ସବୁ

               କିଏ ସାଉଁଳାଇ ଦେଇ ଓଠେ ଶୋଷେ ଅମୃତ।


ସେ କାୟା କଳ୍ପ ନଥିବା ଭୁସ୍ଥିର ଶରୀରିଟିଏ

        ଯାନ୍ତ୍ରିକ ପ୍ରତିକ୍ରିୟା ସବୁ ତାର ନିୟନ୍ତ୍ରଣ ବାହାରେ 

                ସମର୍ପଣ ହେବା ତାର ଜୀବନ ଉଦ୍ଧେଶ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance