STORYMIRROR

DR PRASANTA KUMAR BISWAL

Romance Tragedy Inspirational

3  

DR PRASANTA KUMAR BISWAL

Romance Tragedy Inspirational

ତୁମ ସ୍ମୃତିରେ

ତୁମ ସ୍ମୃତିରେ

1 min
49

ମୁଁ ଏଠି ଝୁରଇ ତୁମରି ଚିନ୍ତାରେ

ଭାଳି ଭାଳି ଗଲା ଦିନ,

ମୁଁ ଥିଲି ତୁମର ଅତି ଆପଣାର

ସ୍ମୃତି ତ ପୁନେଇ ଜହ୍ନ। (0)


ଆଉ କିଏ ଯଦି ତୁମହାତ ଧରି

ସପନ ସଉଦା କିଣେ,

ଛାତି ଭିତରଟା କୁହୁଳି ଉଠଇ 

ପ୍ରତିଶୋଧ ବୀଜ ବୁଣେ । 

ସବୁ ଭୁଲିଗଲ ପ୍ରିୟା ଗୋ ମୋହର

ଯେତେ ତ ଅଭୁଲା ଚିହ୍ନ ।(୧)


ତୋଳିଥିଲୁ ଆମେ ସପନର ଘର

ଅଜଣା ଗୋପନ ପୁରେ,

ମଳୟ ପବନ ପୁଲକ ଆଣିବ

ଦୁଃଖ,ନ ଥିବ ମନରେ ।

ଯେତେ ଭୁଲିବାକୁ ଚାହୁଁଛି ପ୍ରିୟା ଗୋ

ଅଥୟ ହୁଏ ଜୀବନ ।(୨)


ତୋହରି ଚିନ୍ତାରେ ଚେତନା ହରଇ

ତନୁ ମୋ ହେଲାଣି କ୍ଷୀଣ,

ଆଜି ମୁଁ ଜାଣିଲି ମାନବୀୟ ପ୍ରେମ

ଜୀବ ହୁଏ ହିନିମାନ,

ଦେହଜ ପ୍ରେମରେ ଦୁଃଖ ସିନା ଖାଲି

ମିଳଇ ବହୁ କଷଣ ।(୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance