STORYMIRROR

DR PRASANTA KUMAR BISWAL

Drama Action Children

3  

DR PRASANTA KUMAR BISWAL

Drama Action Children

ତୋସାମଦିଆ

ତୋସାମଦିଆ

1 min
17


ବଡ କଠିନ ସେ ଚାମଚା ଗିରି 

ଶିଖିଲେ ପାଇବ ସଂସାରେ ଶିରି,

ସ୍ୱାର୍ଥ ହାସଲର ସହଜ ଵିଧି 

ସବୁ ଉପାୟର ସେ ଅଟେ ନିଧି,

ଏ କୌଶଳ ତ ନୁହଁଇ ସହଜ

ହାସଲ ପାଇଁ କି କେତେ ମଗଜ?

ଏବିଦ୍ୟା ପ୍ରାପତେ ସର୍ବ ସୁଖ ମିଳେ 

ସ୍ପଷ୍ଟ କହଇ ଯେ କାନ୍ଦେ ଅବିରଳେ,

ଏ ବିଧିରେ ପ୍ରତିଯୋଗିତା ହେଲେ 

ବହୁ ପ୍ରତିଭାଗି ମିଳିବେ ଭଲେ,

ଚାମଚାଗିରି ଯେ, ସେ ଚାଟୁଗିରି 

ସ୍ପଷ୍ଟବାଦୀର ସେ ଅଟେ ବଇରୀ,

ବିଶ୍ୱର ସର୍ବୋତ୍ତମ ରାଡ଼ାର ଯନ୍ତ୍ର 

ଅତ୍ୟଳ୍ପ ସମୟେ ଫଳାଫଳ ମନ୍ତ୍ର,

ଖୋସାମଦିଆ, ଠାରୁ ବଚସ୍କର 

ତୋସାମଦିଆ ଆଦି ଏ ବଂଶର,

ଛଳନା, ବାହାନା, ଖାଣ୍ଟି ପେଖନା 

ଡାହା ମିଛକୁ କରେ ସତ ସ୍ଥାପନା,

ସବୁଠୁ ସତିଆ ମାଲିକ ଆଗେ 

ବିଶ୍ୱାସୀ ହୋଇ ସୁଖ କେତେ ଭୋଗେ.

ବଡ ବିଶ୍ୱାସୀ ସେ ମାଲିକ ପାଖରେ 

କେତେ ମିଛ କହେ ଅନ୍ୟ ବିରୁଦ୍ଧରେ 

ଉଆଁସ ରାତିକୁ ପୁନେଇଁ ରାତି ରେ 

ପ୍ରଭୁ ଅହଂକାର ବଢାଏ ବୁଦ୍ଧିରେ 

କତୃପକ୍ଷ ଙ୍କ ଆଖି କାନ ସେ ହୁଏ 

ଯେତେ ପ୍ରକାରେ ଭୁଆଁ ବୁଲେଇଥାଏ 

ତେଲ ମାଲିସ ରେ ଦରଦ କମାଏ 

ଖଞ୍ଜରେ ଖଞ୍ଜରେ କ୍ଷମତା ହାତାଏ 

ଭାଇ ବନ୍ଧୁ ଆଦିରେ ସମ୍ପର୍କ ଯୋଡ଼େ 

ପଦବୀ ଗଲେ ସେ ପିଠିକି ମୋଡେ 

ଏହିପରି ତୋସାମଦିଆର ଗୁଣ 

ବୁଝିବିଚାରି ତାକୁ ଚିହ୍ନିବା ଜାଣ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama