STORYMIRROR

Ranjit Sahu

Romance Fantasy Others

3  

Ranjit Sahu

Romance Fantasy Others

ତୁମ ସାଜିଅଛ ଅଳକା ସାନ୍ୟାଲ

ତୁମ ସାଜିଅଛ ଅଳକା ସାନ୍ୟାଲ

1 min
162

ବସନ୍ତ ସନ୍ଧ୍ୟାର ଅଶାନ୍ତ ସମୀରେ,

ତୁମର ମହକ ଟିକିଏ ମିଶିଲେ,

ଅଜଣା ବାଟୋଇ ଟିକେ ରହି ଯାଇ,

ପଚାରେ ତୁମକୁ ତୁମ ହାଲଚାଲ I 

ଭ୍ୟାନିଟି ବ୍ୟାଗର ଲେବେଲ ଦେଖେଇ,

କେଶ କୁନ୍ତଳକୁ ଟିକିଏ ଆଡ଼େଇ,

ବିଦାୟ ନେବାର ବାହାନା ସାଥିରେ  

ପରିଚୟ ଦିଅ 'ଅଳକା ସାନ୍ୟାଲ' I 

କେବେ କେବେ ତୁମେ ଛତା ଥାଇ ମଧ୍ୟ ,

ଭିଜିଯାଅ ଦ୍ରୁତ କାଳ ଵୈଶାଖୀରେ,

ଚପଳ ଚାଲିର ବର୍ଷା ଛିଟା ସବୁ,

ତୁମର ଦେହରେ ହୁଅନ୍ତି ବେହାଲ !

ତୁମ ଚଲା ବାଟେ ତୁମ ଅଜଣାତେ,

ଦୁଇ ମହଲାର ଝରକା ସେପାଖେ,

ଅତି ପ୍ରତାରିତ ପ୍ରେମରୁ ନିବୃତ୍ତ,

ଛାଇଟିଏ ପୁଣି ପାଲଟେ ମାତାଲ I 

ତାହାର ସୁରାର ରଙ୍ଗ ଫିକା ପଡେ,

ବର୍ଷା ଭିଜା ତୁମର ପଣତଟିରେ,

ତୁମେ ପୋଛିଦେଇ ତୁମର ଓଠକୁ,

ସାଜିଗଲେ 'ମିସ ଅଳକା ସାନ୍ୟାଲ '!

ଘୋର ନିଦାଘର ତାପମାତ୍ରାଟିକୁ ଆଇସ କ୍ରିମରେ ତରଲାଉଥିବା,

ଯୁବକଟିର ଦେହ ପୁଣି ଜାଳିପାର,

ସାଜି ଯାଇ ତୁମେ ଅଲିଭା ମଶାଲ I 

ଭଙ୍ଗା ହୃଦୟର ଶୋର ଶବ୍ଦ ସବୁ,

ତୁମ ଲାଗି କିନ୍ତୁ ଶୁନ୍ୟତାର ମାପ,

ମୁରୁକି ହସରେ ଜଣେଇ ଦେଇଛ,

ତୁମେ ରହିଥିବ 'ଅଳକା ସାନ୍ୟାଲ '!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance