ତୁମ ପାଇଁ କବିତା
ତୁମ ପାଇଁ କବିତା
ତୁମ ସାଥେ ପ୍ରେମ ହେଲା ପରେ
ମୋର କଲମ ଲେଖିଲା ଗୀତ,
ଶିଥିଳତା ଭରିଥିଲା ଏଠି ଏବେ
ପୁଣି ହେଲା ସଂଚରିତ ।
କେଉଁ ରାଇଜର ଯାଦୁଗରୀ ତୁମେ
କି ମନ୍ତର କରିଦେଲ,
ଶୁଷ୍କ ଏହି ମନ ପ୍ରାଣେ ମୋର
ସତେ ସଂଜୀବନି ଦେଇଗଲ ।
କବିତା ଲେଖୁଛି ତୁମ ପାଇଁ ଏବେ
ବୁଝି ପ୍ରେମ ପରିଭାଷା,
ଜାଣି ନ ଥିଲି ମୁଁ ପ୍ରେମରେ ସତେ
ଭରିଥାଏ ଏତେ ନିଶା ।
ନିଶା ନୁହେଁ ସେ'ତ ଆତ୍ମତୃପ୍ତି ମୋର
ମନର ଅକୁହା କଥା,
ନ ଲେଖିଲେ ମନ ହେଉ ନାହିଁ
ଶାନ୍ତି ସବୁ ଆଡେ ନୀରବତା ।
ଜହ୍ନ ତାରା ସାଥେ କଥା ହୋଇ ଏବେ
ରାତି ସାରା ଉଜାଗର,
କବିତା ଲେଖୁଛି ତୁମ ପାଇଁ ସାଥି
ସାଜି ସପନର ସୌଦାଗର ।
ସପନ ରାଇଜ ପରୀ ତୁମେ ମୋର
ଆଗୋ ଲାଜକୁଳୀ ଲତା,
କହିଦିଅ ଆସି ଲେଖିଦେବି ସବୁ
ମନର ଅକୁହା କଥା ।