ତୁମ ପାଇଁ କବିତା
ତୁମ ପାଇଁ କବିତା
ତୁମ କଥା ଭାବି ଲେଖୁଛି କବିତା
କି ଲେଖିବି ଜାଣେ ନାହିଁ ,
ସଂସାରର ମିଛ ପ୍ରହେଳିକା ପରେ
କେବେ ହଜିଗଲି ମୁହିଁ ।
ତୁମ କଥା ଯେବେ ଭାବି ବସେ ମୁହିଁ
ସବୁ ଲାଗେ ଫିକା ଫିକା ,
ଜୀବନର ଏଇ ଦୋଛକି ପଥରେ
ଭାରି ଲାଗେ ଏକା ଏକା ।
ଲେଖନୀ ମୁନ ମୋ ଚାଲୁନାହିଁ ଆଉ
ଅଟକି ଯାଇଛି ସେହି ,
ତୁମ ସ୍ମୃତି ତାକୁ ଜୀବନ୍ୟାସ ଦେବ
ଲେଖିବି ତୁମରି ପାଇଁ ।
ତୁମରି ସ୍ମୃତି କୁ ସାଉଁଟି ଧରିବି
କାଗଜ ଫର୍ଦ୍ଦରେ ମୁହିଁ,
ତୁମ ପାଇଁ ମୁହିଁ ଲେଖିବି କବିତା
ପାଷାଣେ ପରାଣ ଦେଇ ।
ଅତୀତର ସେଇ ଅପାଶୋରା ସ୍ମୃତି
ମନେ ଭରିଦିଏ ଖୁସି,
ସେଇ ସ୍ମୃତି ନେଇ ଲେଖନୀ ଚାଳନା
କରିବି ମୁଁ ହସି ହସି ।
