Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Fantasy Inspirational Others

3  

Bharatabandhu Biswal

Fantasy Inspirational Others

ତୁମ କଥା ଭାରି ମନେ ପଡେ

ତୁମ କଥା ଭାରି ମନେ ପଡେ

1 min
114



କହି ହୁଏନାହିଁ ସହି ହୁଏନାହିଁ

ଅଭୁଲା ହୃଦୟ ସ୍ମୃତି

ଲାଗଇ ଶବଦ ଯେମିତି ନୀରବ

ଓଠ ତଳେ ହୁଏ ଚାପି ।

ଅଜାଣତେ ମନ ହୁଏ ଛନ୍ନ ଛନ୍ନ

ସ୍ମୃତି ସୁମଧୁର ପୃଷ୍ଠା

ଖୋଲେ ଗୋଟି ଗୋଟି କହେ ଚୁପିଚୁପି

ସାଥି ସ୍ୱ।ର୍ଥପର ଏକା ।

ଆଖିରେ ନାଚଇ ସବୁଜ ସୁନ୍ଦର

ହସହସ ତୁମ ମୁହଁ

ନିର୍ନିମେଷ ଭାବେ ଚାହିଁ ରହିବାକୁ

ଦିନରାତି ହୁଏ ମନ ।

ଭାରି ଇଚ୍ଛା ହୁଏ ଶୁଣିବାକୁ ତୁମ

କାନେ ମିଠା ମିଠା କଥା

ତୁମ ହାତ ଧରି ତୁମ ପଛେ ପଛେ

ଚାଲିବାରେ ଥାଏ ମଜା ।

ପ୍ରବାସ ଜୀବନେ ବିଚ୍ଛେଦ ଯନ୍ତ୍ରଣା

ବିରହ ବିଧୁର ପ୍ରାଣ

ପ୍ରିୟତମା ତୁମେ ରହିଛ ହୃଦୟେ

ସାଥୀ ଜନ୍ମ ଜନ୍ମାନ୍ତର ।

ତୁମ କଥା ଭାରି ମନେ ପଡେ ପ୍ରିୟା

ଶୟନେ ବା ଜାଗରଣେ

ଲାଗେ ନାହିଁ ଭଲ ତୁମ ବିନା କିଛି

ବଞ୍ଚିବାର ନାହିଁ ମାନେ ।

ହେଉଛି ମୋ ମନ ଲାଗନ୍ତା କି ପକ୍ଷ

ଯାଆନ୍ତି ଆକାଶେ ଉଡି

ସନ୍ତୋଷ ହୁଅନ୍ତା ତୃଷିତ ପରାଣ

ଲଭି ସୁଶୀତଳ ବାରି ।


   



Rate this content
Log in

Similar oriya poem from Fantasy