STORYMIRROR

Biswaranjan Pradhan

Abstract Fantasy

3  

Biswaranjan Pradhan

Abstract Fantasy

ମୋ ସୁନା ଭଉଣୀ

ମୋ ସୁନା ଭଉଣୀ

1 min
211


ଭଲ ପାଏ ଭଉଣୀ ତୁମକୁ ଜୀବନେ ,

       କହି ପାରିବିନି କେତେ 

ଯେତେ ବି କହିଲେ ଉଣା ହେବ ପରା , 

     ତୁମ ପାଇଁ ଭଉଣୀ ସତେ ।

ଖୋଲା ଆକାଶର ବୁକୁ ତଳେ ତୁମେ ,

      ଆକାଶର ଝରଣାଟିଏ 

ସତ ଜୀବନର ଶୀତଳ ସାଗର , 

       ତୁମ ପରି ନୁୁହେଁ କିଏ ? 

ରାକ୍ଷୀର ମୂଲକୁ ବୁଝି ନାହିଁ ମୁଁ ଯେ ,

      ବୁଝିଛି ଏତିକି ପରା .........।

ସବୁ ସ୍ନେହ ଠାରୁ ଭଉଣୀ ସ୍ନେହ ପରା,

      ଅତଳ ଜୋସ୍ନାର ଧାରା । 

ତୁମକୁ ଦେଖି ମନ ଭରି ଯାଏ , 

      ହୃଦୟ ହୁଅଇ ପୂର୍ଣ୍ଣ ।

କୋଟିିିଏରେ ତୁମେ ଗୋଟିିିଏ ମୋ ଭଉଣୀ ,

     ପାଇ ମୁଁଁ ହୋଇଛି ଧନ୍ୟ। 

 ଯେତେ ଦୁରେ ରୁହେ ଭୁଲି ମୁୁଁ ପାରେନି ,

        ତୁମର ସେ ମିଠା ହସ ।

ତୁମ ପାଇଁ ଭଉଣୀ ହୋଇଯାଏ ମୋର, 

       ସବୁ ଦୁଃଖ କଷ୍ଟ ଶେଷ । 

କାଳିଆର ପାଖେ କରୁଛି କାମନା , 

     ଗୁହାରି ଶୁଣ ହେ ମୋର .......।

ଏହିପରି ଭଉଣୀ ସଭିଙ୍କ ଜୀବନେ , 

      ମିିଳୁ ଥାଉ ଶହେ ଥର .........।

      ମିଳୁ ଥାଉ ଶହେ ଥର .......।


Rate this content
Log in

More oriya poem from Biswaranjan Pradhan

Similar oriya poem from Abstract