Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance Fantasy Others

3  

ପ୍ରଶାନ୍ତ କୁମାର ବେହେରା

Romance Fantasy Others

ଆଗୋ ବିନୋଦିନୀ ମୋର

ଆଗୋ ବିନୋଦିନୀ ମୋର

1 min
353



ସେ କେଉଁ ଉଦ୍ୟ।ନ

କେଉଁ କୁଞ୍ଜଲତା

ଯେଉଁଠୁ ଭାସିଆସେ ସୁବାସିତ

ମଧୁ ସମୀର ?


ସେ କେଉଁ ତଟିନୀ

କେଉଁ ପଦ୍ମ ପୁଷ୍କରିଣୀ

ଧାରେ ଧାରେ ଯା'ର ନାଚିଖେଳେ

ପୁଷ୍ପ ହିଲ୍ଲୋଳ ?


ନାହିଁ ସେ ସକଳ

କେଉଁ ବାହାର ବ୍ୟାପ୍ତିରେ

ନାହିଁ କେଉଁ ଅପହଞ୍ଚ

ଇଲାକାରେ ।


ସେ ସବୁ ରହିଛି

ମୋ ହୃଦ ପ୍ରାନ୍ତରରେ 

ସେଇ ସ୍ନିଗ୍ଧ ଆଲୋକିତ 

କୋଣଟିରେ l 


ସେଇଠି ଫୁଟିଛି

ଶତେକ ଗୋଲାପ,

ଶତେକ 

ମାଳତୀ ସୂର୍ଯ୍ୟମୁଖୀ ।


ସେଇଠି ରହିଛୁ ଆଗୋ

ବିନୋଦିନୀ

ମୋ ଚାନ୍ଦମୁହିଁ

ସରୋଜିନୀ ।



Rate this content
Log in

Similar oriya poem from Romance