Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Action Fantasy Inspirational

3  

Dr. Rajib Lochan Panigrahy

Action Fantasy Inspirational

ପରକାଳ

ପରକାଳ

1 min
152


ହେ ପ୍ରଭୁ

ଦିଅ ମୋତେ ଭଲ ଶିକ୍ଷା

କେବେ ନ କରିବି କାହା ଅନିଷ୍ଟ,

ନ ଭାବିବି କେବେ ପର ଛିଦ୍ର,

ଏ ଜନମରେ କରିବି ମୁଁ

ପର ଉପକାର,

ଭଲରେ ରଖିବ ପରକାଳ |


ହେ ପ୍ରଭୁ

ଦିଅ ମୋତେ ଦିବ୍ୟ ଜ୍ଞାନ

ଇହକାଳେ କରିଥିବି

ଯେତେ ସେବା ଧର୍ମ କର୍ମ,

ଏତିକି ଗୁହାରି ମୋର 

ପରକାଳେ ରଖିବୁ ନଜର |


ହେ ପ୍ରଭୁ

ଦିଅ ମୋତେ ସଦବୁଦ୍ଧି

କରେ ତୁମ୍ଭଙ୍କୁ ଜଣାଣ,

ସଦା ଥାଉ ଲୟ ଇହକାଳେ

ପିତା ମାତାଙ୍କ ପୟର,

ପରାକାଳେ ରହି ସେମାନେ

କରନ୍ତୁ ମୋତେ ଆଶିଷ |


ହେ ପ୍ରଭୁ

ପରିବାରେ ସ୍ୱାମୀ ସ୍ତ୍ରୀ 

ଲାଗନ୍ତି କନ୍ଦଳ,

ପଛାନ୍ତିନି କରିବାକୁ ହତ୍ୟା

ଏହା ହେଇ ଗଲାଣି

ନୀତି ଦିନିଆ କଥା,

ସ୍ୱାମୀ ସ୍ତ୍ରୀ ସମ୍ପର୍କ

ଇହ କାଳ ପରକାଳର |


ପ୍ରଭୁ ହେ

କେବେ ମୁଁ ଦେଖିନି ତୁମକୁ

ସ୍ୱଚକ୍ଷୁରେ ମୋର,

ନିଶ୍ଚିତ ଦେଖିଛି ମୁଁ

ମୋର ଚଳନ୍ତି ଦେବତା

ମୋ ପିତା ମାତା ବନ୍ଧୁ,

ଯେଉଁମାନେ ଇହଲୋକ

ଛାଡି ଚାଲିଯାନ୍ତି ପରଲୋକ,

ହେ ପିତୃ ପୁରୁଷ

ଆଶିଷ ଦିଅ ମୋତେ

ରହି ପରକାଳ |



Rate this content
Log in

Similar oriya poem from Action