Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Tragedy Action Classics

3  

Bijoy Jena

Tragedy Action Classics

ଆତ୍ମହତ୍ୟା

ଆତ୍ମହତ୍ୟା

1 min
206



ପକ୍ଷୀ ମାନେ ଗୀତ ଗାଆନ୍ତି

ଅନନ୍ତ ଆକାଶରେ ଯେତେ ଦୂର ଯାଏ

ବଳ ଯୁଟାନ୍ତି, ଉଡ଼ନ୍ତି ଖୁବ୍ ଆନନ୍ଦରେ।

ଗଛଟିଏ ମାଟିକୁ ଜାବୁଡ଼ି ଧରି

ଝଡ ବର୍ଷା ଶୀତ ଖରାକୁ ସାମନା କରୁଛି

ଫୁଲ ଫୁଟାଇ ଫଳ ବି ଦିଏ

ଗଛଟିଏ କଣ ଦୁଃଖ କରେ

 ନା ଆତ୍ମହତ୍ୟା କରେ?,

ସୂର୍ଯ୍ୟ ଚନ୍ଦ୍ର ତାରକା ମଣ୍ଡଳୀ ଅଛନ୍ତି

ଅନନ୍ତ ଅସ୍ତିତ୍ୟ ବି ଅଛି

ନିଜ ନିଜ ସ୍ଥାନରେ କର୍ମ ତତ୍ପର

ସଂସାରର ହିତାକାଙ୍କ୍ଷୀ

ସେମାନେ କଣ ଆତ୍ମହତ୍ୟା କରନ୍ତି,?,

ତେବେ ଇଶ୍ଵର ଙ୍କ ସୃଷ୍ଟିର ଉଦ୍ଯାନେ

ମଣିଷ ତ ସର୍ବଶ୍ରେଷ୍ଠ ସୃଷ୍ଟି

ଜ୍ଞାନ ବୁଦ୍ଧି ବବେକ ର ଆଧାର

ଏତେ ସବୁ ଅଇ ଶର୍ଯ୍ୟ ଥାଇ

ମଣିଷ ବି ଆତ୍ମହତ୍ୟା କରେ

ମୁଁ ଭାବେ ଚଳଣିରେ

କେଉଁଠି ଭୁଲ ରହୁଛି

ଭୁଲ ଢଙ୍ଗରେ ବୋଧହୁଏ

 ଜୀବନ ଜିଉଁଥିବ କିନ୍ତୁ      

ଜୀବନକୁ ଏକ ଗୀତରେ ରୂପାନ୍ତରିତ

କରିବାକୁ ହେବ।

ଜୀବନ ଗୀତ ଜୀବନ ନଉକା

ସମତୁଲ ହେବ

ନାବିକ ସେ ଏକା, ଜଗନ୍ନାଥ

ଭଲରେ ବଞ୍ଚିବା, ସତକର୍ମ କରିବା ଗୀତ ବି ଗାଇବା

ତେବେ ଆତ୍ମହତ୍ୟା ମହାପାପ ବୋଲି

 ସ୍ବୀକାର କରିବା।



Rate this content
Log in

Similar oriya poem from Tragedy