STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

କେତେଦିନ

କେତେଦିନ

1 min
197

କେତେଦିନ ଏମିତି ରହିବ ତମେ

ଯେତେ ପାଖକୁ ଗଲେ ସେତେ

ଦୂରେଇ ଯାଉଛ,

କଣ ଏମିତି କମ୍ ଅଛି ମୋ ପାଖରେ

ସବୁ ତ ଦେଇଛି

ସବୁ ତ ଦେଇ ସାରିଛି

କିଛି ତ ବାକି ରଖିନି ମୋ ପାଇଁ

କେଉଁଠି ବି ଲୁଚାଇ ରଖିନି କିଛି

କଣ ପାଇଁ ଏତେ ପର ଭଳି 

ବ୍ୟବହାର କରୁଛ।

ମୁଁ କେମିତି ଏତେ ପର ହେଲି

ଯିଏ ଏତେ ସ୍ନେହ,ପ୍ରେମ, ଭଲପାଇବା

ଦେଇ ତମକୁ ନିଜର କଲା

ସେ ଆଜି ସାତ ପର ହେଲା କେମିତି?

ଗୋଟେ ଛାତ ତଳେ ରହିବି

ଆମ ଭିତରେ ଶହେ କୋଶର ଦୂରତା

ମୋ ମୁହଁ କୁ ଥରେ ଚାହିଁବା ପାଇଁ

ତମର ଇଛା ହୁଏନା

ମୁଁ କଣ ଏତେ ଅସୁନ୍ଦରୀ

ମୁଁ କଣ ଏତେ ଖରାପ

ମୁଁ କଣ ଏତେ ଅମଙ୍ଗଳୀ

କଣ ପାଇଁ ଏ ଦଣ୍ଡ ମୋତେ

ଜୀବନ ତ ଏତିକି ରେ ସରିଯିବ ନାହିଁ

ମୁଁ କେତେ ଦିନ ବଞ୍ଚିବି ମୁଁ ଜାଣେନି

କେମିତି କଟିବ ମୋ ଦିନ

କିଏ ହେବ ମୋ ଶେଷ ସୋପାନର ସାହାରା

କିଏ ହେବ ମୋ ଦୁଃଖ ସୁଖ ର ସାଥି

କାହା ଭରସା ରେ 

ମୁଁ ଆଜିର ଦିନର କଷ୍ଟକୁ ସହିଯିବି

କେବଳ ମୋ ଅତୀତ କୁ

ଛାଡ଼ିଦେଲେ ଆଉ କିଛି ନାହିଁ

ମୋ ପାଖରେ ବଞ୍ଚିବାକୁ।

ତମେ, ମୁଁ ଥାଇ ବି ନଥିଲା ଭଳି

ଏ ହାଇଫେନ୍ ର ଶେଷ କେଉଁଠି

ମୋତେ ଜଣାନାହିଁ

ଜଣାନାହିଁ ମୋର ଦୋଷ

ଜଣା ନାହିଁ ମୋର ଅପରାଧ

ଖାଲି ଜଣାଅଛି ମୋର ଦୂର୍ବଳତା

ବାସ୍ ଏତିକି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy