Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ନେତାଜୀ ସୁଭାଷ

ନେତାଜୀ ସୁଭାଷ

1 min
135


ଗଉରବମୟୀ ଆମ ଦେଶ ଏ ଭାରତ 

ଛଳେ ବଳେ କଉଶଳେ ବିଦେଶୀ ହସ୍ତଗତ ।

ହେବାରୁ ଜନତା ହେଲେ ନିତି ନିସ୍ପେଷିତ

ବହୁ ଆନ୍ଦୋଳନ ଅଜସ୍ର ସଂଗ୍ରାମେ  ରତ

ରହି ଅକାତରେ ନିତି ବହୁ ବୀରେ ହତ ।

ଆବାଳ‐ବୂଦ୍ଧ‐ବନୀତା ହୋଇଲେ ପୀଡିତ

କ୍ରୂର‐କର୍ମା‐ଫିରିଙ୍ଗିର ନିଷ୍ପେଷଣେ ବ୍ଯସ୍ତ ।

ସାରା ଦେଶେ ହା ହା କାର ଆକୁଳ ରୋଦନ

ଗୋରା ପୋଲିସି ର ଚିର ନୂଶଂଶ ଦମନ ।

ତ୍ରାହି ତ୍ରାହି ଚିତ୍କାର ରେ ଗଗନ ପବନ

ନିନାଦିତ ହେଲା ଚିର କରୁଣ ରୋଦନ ।

ଲୀଳା ଘେନି ସାହସ ଯେ ହାରିଲା ସବୁରୀ 

ସ୍ବାଧୀନତା ପ୍ରାପ୍ତି ଆଶା ଆସିଲା ମଉଳି ।

ଗାନ୍ଧୀ ଙ୍କ ଅହିଂସା ନୀତି ରେ ଘୋର ସଂଗ୍ରାମେ 

ଅଗ୍ନିରେ ପତଙ୍ଗ ପରି ଭାରତୀୟ ମାନେ ।

ଝାସଦେଲେ ଆମ୍ଭ ତୁଟିଲା ଦମ୍ଭ‐ବିକ୍ରମ

କ୍ଷୀଣୁ‐କ୍ଷୀଣତର ହେଲା ଜାତି ପରାକ୍ରମ ।

ଗଉରବ ମୟୀ ଆମ୍ଭ ଇତି ହାସ ମହାନତା

ଲୁପ୍ତହେଲା କ୍ରମେ ମହାଭାରତୀୟ ଗାଥା ।

ତୁଟି ଯାଇ ଧୀରେ ଔପନିବେଶିକ ଭାବେ 

ଭାରତ ଦ୍ବୀପକୁ କରେ ରଖିବାକୁ ଭାବେ ।

ବ୍ରିଟିଶ କେଶରୀ ଚିରଦିନ ଭାରତକୁ

ପଦାନତ କରି ନ ଯିବ ନିଜ ଦେଶକୁ ।

ଏ ଦୁଦ୍ଦିନ କାଳେ ଏହି ଘଡିସର୍ଦ୍ଧି କ୍ଷଣେ 

ଦୁର୍ଦ୍ଧଷ ସଂଗ୍ରାମୀ ଭାବେ ଯେ ତୀବ୍ର ସଂଗ୍ରାମେ ।

ଆର୍ବିଭୁତ ହେଲେ ଦୁର୍ଦ୍ଧମ ବାହୀନୀ ଘେନି

ଆମର ଗୌରବ ସୁଭାଷ "ନେତାଜୀ" ମାନି ।

କାରାକକ୍ଷୁ କଲେ ଗୋପନେ ଯେ ପଳାୟନ

ବୁଲି ବହୁ ଦେଶ ଋଷ ଜର୍ମାନୀ ଜାପାନ ।

ଭାରତର ପାଇଁ ଅନୁଗ୍ରହ ଭିକ୍ଷା କଲେ 

ଜାପାନ ରେ ଯାଇ ସୈନ୍ଯ ବାହିନୀ ଗଢିଲେ ।

ଭାରତର ସ୍ବାଧୀନତା ଲଢେଇ ପାଇଁକି

ସ୍ବାଧୀନ ଭାରତ ବାହିନୀ ତା' ହାକୁ କହି ।


Rate this content
Log in

Similar oriya poem from Abstract