Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ଶବ୍ଦ ତରଙ୍ଗ

ଶବ୍ଦ ତରଙ୍ଗ

1 min
132



ଭାବ ମୟୀ ଅଟେ ଶଦ୍ଦ ର ତରଙ୍ଗ

ଶବ୍ଦରୁ ଭାବ ସଞ୍ଚାର

ବହୁ ବିଦ୍ଧ ବିଭା ଅନନ୍ତ ପ୍ରତିଭା

ତହିଁ ରୁ ହୁଏ ବିସ୍ତାର ।


ରଙ୍ଗାୟିତ ଆଜି ଶଦ୍ଦ ର ତରଙ୍ଗେ

ସୁଚାରୁ ଲାବଣ୍ୟ ମୟୀ

ସାହିତ୍ୟ ସୁନ୍ଦରୀ ଚମକେ ରୂପେଲି

ବର୍ଣ୍ଣାଢ଼୍ୟ ବେଶୀ ଶୋଭଇ ।


ଭାଷା - ନିମ୍ନଗା ର ନୀରେ ନିରନ୍ତର

ଅବୟବ ପରିପୁଷ୍ଟ

ସୁବିଶାଳ ତର ସାହିତ୍ୟ ଭଣ୍ଡାର

ବହି ସତତ ପ୍ରକୃଷ୍ଟ ।


ତରଙ୍ଗ ଵିଭବେ ବିଭାମୟୀ ଭାବେ

ବିବିଧ ଭାବ ଭୂଷଣେ

ବିଭୂଷାଇ ଅଙ୍ଗ - ଆମ୍ବୁଧି ଉଚ୍ଚାଙ୍ଗ

ଭାବ ଭରା କୃତି ଦାନେ ।


ରହଇ ତତ୍ପର ଶିକ୍ଷା ଜ୍ଞାନ ଭାର

ବିତରେ ଅପର ହିତେ

ଶବ୍ଦ ର ତରଙ୍ଗ ବିଶୋଭିତ ଅଙ୍ଗ

ଭାସ୍ୱର ସ୍ୱର ସାହିତ୍ୟେ ।


Rate this content
Log in

Similar oriya poem from Abstract