Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଗଜପତି ମହାରାଜା

ଗଜପତି ମହାରାଜା

1 min
261



ଭୋଇବଂଶୁ ହୁଏ ଗଜପତି ରାଜା

ଖଣ୍ଡାୟତଙ୍କର ଅଂଶ

ଜଗନ୍ନାଥଙ୍କର ଶ୍ରେଷ୍ଠ ଭକ୍ତ ସେହୁ

ପ୍ରଭୁଙ୍କ ସେବାର ଅଂଶ ।


ପ୍ରଭୁଙ୍କ ସେବାରେ ହେଳା ନକରିଣ

ଦାୟିତ୍ୱ ରଖନ୍ତି ପାସେ

ପ୍ରଭୁଙ୍କ ପୂଜନେ ନିଅଣ୍ଟ ନହେଉ

କର୍ତ୍ତବ୍ୟ ହିଁ ତାଙ୍କ ପାସେ ।


ମହାରାଜା ସେହୁ ଜନତା ପାଳନେ

ପ୍ରଭୁଙ୍କର ହିଁ ସେବକ

ପ୍ରଭୁଙ୍କ ସେବାରେ ସମର୍ପଣ ଭାବ

ବଡ଼ଦେଉଳ ସେବକ ।


ଛେରା ପହରା ସେ କରନ୍ତି ରାଜନ

ଜଗନ୍ନାଥ ରଥେ ରହି

ମାଉସୀ ଘରକୁ ଯିବେ ଜଗନ୍ନାଥ

ରାଜାଙ୍କ ଗୌରବ ଏହି ।


ଛେରା ପହରା ହିଁ କରିଲେ ରାଜନ

ବିଘ୍ନ ନଘଟିବ ରଥେ

ଗଜପତି ରାଜା ପରମ ଭକ୍ତ ସେ

ଆଣନ୍ତି ଗୌରବ ରଥେ ।


ସୁବର୍ଣ୍ଣ ଝାଡୁରେ ଛେରା ପହଁରା ହିଁ

ଗଜପତିଙ୍କର କର୍ମେ

ସେହି କର୍ମପଥେ କର୍ମ ହିଁ କରନ୍ତି 

ଗଜପତିଙ୍କର ଧର୍ମ ।


କର୍ମୀକ ସେହି ହିଁ ଧାର୍ମିକ ସେହି ହିଁ

ପ୍ରଭୁଙ୍କର ଶ୍ରେଷ୍ଠ ଭକ୍ତ

ରାଜାଙ୍କର ଆତ୍ମା ଜଗନ୍ନାଥେ ସ୍ଥିତ

ଈଶ୍ବରୀୟ ଏହି ଭକ୍ତ ।


ଭୋଇବଂଶୁ ହୁଏ ଗଜପତି ରାଜା

ଖଣ୍ଡାୟତଙ୍କର ଅଂଶ

ଜଗନ୍ନାଥଙ୍କର ଶ୍ରେଷ୍ଠ ଭକ୍ତ ସେହୁ

ପ୍ରଭୁଙ୍କ ସେବାର ଅଂଶ ।


Rate this content
Log in

Similar oriya poem from Abstract