Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Abstract Inspirational Others

3  

Prabhati Mahapatra

Abstract Inspirational Others

କରୋନା ଯୋଦ୍ଧା

କରୋନା ଯୋଦ୍ଧା

1 min
239



ଚଉଦିଗେ ଏକ ଭୟଙ୍କର ବ୍ୟାଧି

ଖେଳୁଛି ଲହରି ସମ

ଜୀବନ ପ୍ରଦୀପ ନିମିଷକେ ଲିଭେ

ସତେ ଭାଗ୍ୟ କେଡ଼େ ବାମ ।

ପ୍ରତ୍ୟେକ କ୍ଷେତ୍ରରେ ସାବଧାନତାକୁ

ସେବା ଵଳ ଧ୍ୟାନ ଦିଏ

ଉଦାରତା ପଣେ ଡାକ୍ତର ସେବିକା

ଯୋଗ ଦାନ ରହି ଥାଏ ।

ସଚେତନା ବାର୍ତ୍ତା ପ୍ରସାରିତ କରି

ଦିଅନ୍ତି ଉଚିତ୍ ଶିକ୍ଷା

ପରିଷ୍କୃତ କର ହାତ ପାଦ ଧୋଇ

ନମାଗ ଜୀବନ ଭିକ୍ଷା ।

ଦୂର ବ୍ୟବଧାନ ବଜାୟ ରଖିବ

ତୁଣ୍ଡିରେ ଢାଙ୍କିବ ମୁଖ

ଅମୂଲ୍ୟ ଜୀବନ ଦୀର୍ଘଜୀବି ହେଉ

ପରିବାରେ ଦେବ ସୁଖ ।

ଅତ୍ୟଧିକ ବ୍ୟାଧି କଣ୍ଠାଗ୍ରତ ହୁଏ

ପ୍ରସ୍ତୁତ କରୋନା ଯୋଦ୍ଧା

ନିଶ୍ଚୟ ଲଭିବ ଉପଶମ ତୁମେ

ମନରେ ନରଖ ଦ୍ଵିଧା ।



Rate this content
Log in

Similar oriya poem from Abstract