Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Inspirational

3  

Jayashree Maharana

Abstract Inspirational

ମାଆ

ମାଆ

1 min
195


ମାଆ ଶବ୍ଦ ମାତ୍ର ଦୁଇଟି ଅକ୍ଷର

ମହତ୍ତ୍ୱ ବର୍ଣ୍ଣିବା ସାମର୍ଥ୍ୟ କାହାର ?


ମୋ ଜୀବନେ ସିଏ ସୃଷ୍ଟିର ଆଧାର

ତା ବୁକୁ ଅମୃତ ଶକତି ମୋହର ।


ତା ପଣତ ମୋର ଛାତ ସୁରକ୍ଷାର

ତା କୋଳ ସତେକି ମୋର ସ୍ୱର୍ଗପୁର ।


ସ୍ନେହ ମମତାର ସେ ବିଶ୍ୱ ଭଣ୍ଡାର

ତା ହାତ ପରଶ ସଂଜୀବନି ମୋର ।


ତ୍ୟାଗ ତିତୀକ୍ଷାର ସେ ଯେ କୋଷାଗାର

ଅକ୍ଷତ ସର୍ବଦା ତା'ର ସୁବିଚାର ।


ଦୟା,କ୍ଷମା ଗୁଣେ ସେ ସ୍ୱଚ୍ଛ ନିର୍ଝର

ତା ପରଶା ଖୋଜେ ହୃଦ ନିରନ୍ତର ।


ଏତିକି ବୁଝିଛି ମୋ ପ୍ରାଣ ଅନ୍ତର

ମାନବୀ ରୂପେ ସେ ଦେବୀ ସଂସାରର ।


Rate this content
Log in

Similar oriya poem from Abstract