Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Inspirational Others

3  

Debabrata Mishra

Abstract Inspirational Others

ଆଶାଫୁଲ

ଆଶାଫୁଲ

1 min
206



ଆସ ବଞ୍ଚିଯିବା ସଭିଏଁ ଆଶାଫୁଲର ମହକରେ

"କୋରୋନା" ଭୁତାଣୁର ଭୟଙ୍କର ରାକ୍ଷସ ରୂପ ଇଏ

ନିରାଶା, ଭୟ ଓ ଆଶଙ୍କାକୁ ଏଡ଼ାଇ ଚାଲିବା

ଯଦି ହୁଏ ଜୀବନର ଅନ୍ୟନାମ ମୃତ୍ୟୁ ତେବେ

ତେବେ ମୃତ୍ୟୁର ଅନ୍ୟନାମ ଜୀବନ ହେବ ନିଶ୍ଚିତ

କେହି ତ ଅମର ନୁହେଁ ନା ମୁଁ ନା ତୁମେ ନା ଆଉ କିଏ

ମର୍ତ୍ତ୍ଯ ମଣ୍ତଳରେ ଦେବତା ଜନ୍ମିଲେ ମରଇ,

କାହିଁକି ନିଜକୁ ହତାଶର ଭାବନାରେ ଦୁର୍ବଳ କରିବା

କାହିଁକି ହାରିବା ପୂର୍ବରୁ ଆମେ ହାରିବା ଭିତରେ ଜଳିବା

କଣ୍ଟା କାଢି ଆସ ସମସ୍ତେ ଫୁଲର ସ୍ୱପ୍ନରେ ଯିବା

ଆଶା ଫୁଲର ମହକ ବଞ୍ଚାଇ ରଖିବ ଆମକୁ ଏଇଠି

ମଣିଷ ଜନମ ପାଇଛେ ଡ଼ରିବାନି ମରଣକୁ

ହଁ କିନ୍ତୁ ଜୀବନକୁ ଭଲପାଇବା ସମ୍ମାନ ଦେବା,

ଚାରିଆଡ଼େ କୋକୁଆଭୟ ମୃତ୍ୟୁକୁ ନେଇ

ଶବଗୁଡ଼ିକ ର ଶ୍ମଶାନରେ ସତେ ମେଳା ଲାଗିଛି

ଆତ୍ମୀୟସ୍ବଜନ ଙ୍କ ଚିତ୍କାର ବି ଯାଇଛି ନୀରବି

ଧୈର୍ଯ୍ୟ ର ସମୟ ଇଏ ସାହସକୁ ବ୍ୟବହାର ର ଏ ଘଡ଼ି

ମନ ଭିତରେ ସମସ୍ତେ ଚେତା ଥାଇ ଚେତାହୀନ

ଇଏ ପ୍ରକୃତିର ଚେତାବନୀ ବିଜ୍ଞାନର ଅହଙ୍କାର କଥା,

ଫୁଲ ତ ସ୍ୱପ୍ନ ଦିଏ ନିଦ ଆଣେ ଫଗୁଣ ଶ୍ରାବଣ ଆଣେ

ଆସ ସଭିଏଁ ଲଢିବା ମରିବାଟା ଈଶ୍ବରଙ୍କ ହାତେ

କାହିଁକି ନିଜକୁ ନଷ୍ଟ କରିବା ମରଣ ଭୟରେ

ଆସିବ ତ ଆସୁ ସେ ଜୀବନ ପରି ମରଣ ତ ନିର୍ଦ୍ଧାରିତ

ତେବେ ଚିନ୍ତାର ପ୍ରତିଶତ ଏତେ କାହିଁକି

ଆସ ଆଶାଫୁଲରେ ସଜାଇବା ସ୍ୱପ୍ନର ଭବିଷ୍ଯତ।


Rate this content
Log in

Similar oriya poem from Abstract