Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମଲା ସ୍ୱପ୍ନର ଗଡ଼

ମଲା ସ୍ୱପ୍ନର ଗଡ଼

1 min
139


ଏମିତି ଅନେକ ସ୍ଵପ୍ନ ଚାହୁଁ ଚାହୁଁ କବର ନେଇ ଯାଆନ୍ତି

ନିଜ ନିଜ ଶେଷ ପରିଣତି ଲଭିବା ଆଗରୁ,

କେଉଁଠି ମରୁ ମରୁ ବଞ୍ଚିଯାଏ ପୀଡ଼ିତ ଜୀବନ

କେବେ ପୁଣି ହାରିଯାଏ ପ୍ରାଣଟିଏ ବଞ୍ଚିବା ଆଗରୁ। 


ଜୀବନର ଶବାଗାର ଭିତରୁ ପ୍ରତିଧ୍ଵନି ଶୁଭେ

ଅନେକ ବତୁରା କାହାଣୀର ଖୁବ୍ କୋଳାହଳ,

କେବେ ଦେଖୁ ଦେଖୁ ମରିଯାଏ ଓଜନିଆ ମନ

କେବେ ପୁଣି ବାଜି ଜିତିଯାଏ ଉତ୍ୟକ୍ତ ଜଞ୍ଜାଳ। 


ମୁର୍ଦାରର ଦୁର୍ଗ ଭିତରେ ଭାଙ୍ଗିବାକୁ ବସିଲାଣି

ସେଦିନ ମଥା ଟେକି ହସୁଥିବା ମଲା ସ୍ଵପ୍ନର ଗଡ଼,

ତଥାପି ଆଜି ଯାଏଁ ଜିଇଁବାର ନିଶା ଥମିନାହିଁ

ରାସନ ଦୋକାନ ଆଗରେ ଚେଇଁ ଉଠେ ନିତି ଦିନିଆ ଭିଡ଼। 


ଆଜିଯାଏଁ ଲିଭିନି ସେ ଢଳ ଢଳ ମୋହ ଦୀପ କେବେ  

ବହୁ ଝଡ଼ ବାତ୍ୟା ଆସି ଛୁଇଁ ଗଲା ପରେ

ଏଇତ ଜୀବନ ଏକ ଆସକ୍ତିର ସମ୍ମୋହନୀ ମନ୍ତ୍ର

ଆଶା ସ୍ଵପ୍ନ ପରିଧି ଭିତରେ ଧନ୍ଦି ହୁଏ କେବେ

କେବେ ପୁଣି ଅଭିମନ୍ୟୁ ସାଜି ହସେ ଜୀବନ ଯୁଦ୍ଧରେ। 


ବେଳ ଯାଏ ଶୃଙ୍ଗାର ଓ ସାଜସଜ୍ଜାରେ ଜୀବନ ଗୋଟାକ

କେଜାଣି କେଉଁ ମୁହୂର୍ତ୍ତ ପାଲଟି ଯିବ ଅନ୍ତିମ ଶୃଙ୍ଗାର,

ଦର ପାଚିଲା ଯେତେ ସବୁ ଅଧା ସ୍ଵପ୍ନ ମାନେ

ମଜ୍ଜିବା ଆଗରୁ ହଜି ଯିବେ ନିରୁଦ୍ଦିଷ୍ଟ ଶୂନ୍ୟ ଶ୍ମଶାନରେ

ଆଉ ଜୀବନ କଡ଼ ଲେଉଟାଉ ଥିବ

ଅତୀତର କେଉଁ ଏକ ଜୀବାଶ୍ମର ସ୍ମୃତି ପୀଠ ପରେ। 



Rate this content
Log in

Similar oriya poem from Abstract