Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

4.0  

Rabindra kumar Sahoo

Abstract Inspirational

ବୋଉ

ବୋଉ

1 min
219


ଖାଇବାକୁ ଦେଉ

ସେବା କରୁଥାଉ

ରୋଗ ବଇରାଗେ

ପାଖେ ବସିଥାଉ

ତୁ ମୋର ମମତାମୟୀ

ଅତି ଆଦରଣୀୟ ବୋଉ ।

ଜନମ ଦେଉ

ବିଦ୍ୟା ଶିଖାଉ

ଭାଷା ଶିଖାଉ

ସଂସ୍କାର, ସଂସ୍କୃତି

ତୁ ଟି ଦେଉ

ଭୁଲ୍ କାଇଲିରେ ଆକଟ କରି

ସବୁ ନୀତି ଶିକ୍ଷା ବି ଦେଉ

ତୁ ଆଉ କେହି ନୁହେଁ

ତୁ ମୋ ବୋଉ ।

ପାଠ ପଢାଇବା, 

ଶାଠ ବତାଇବା

ସବୁ ଶିକ୍ଷା ଦୀକ୍ଷା

ତୁ ତ ଦେଉ

ଖାଦ୍ୟ ରାନ୍ଧିବା

ବସ୍ତ୍ରାଦି ସଫାସୁତୁରା କରିବା

ଘର ଦ୍ଵାର ସବୁ ସଫା ରଖିବା

ଘରର ଯାବତୀୟ ଦାୟିତ୍ୱ

ତୁ ମୁଣ୍ଡାଇ ଥାଉ

ବନ୍ଧୁବାନ୍ଧବଙ୍କ ଚର୍ଚ୍ଚା କରିବା

ଅତିଥି ମାନଙ୍କ ସତ୍କାର କରିବା

ସବୁରି ମୂଳେ ତୁ ଟି ଥାଉ

ତୁ ଆଉ କେହି ନୁହେଁ

ତୁ ମୋ ଅତି ଆଦରଣୀୟ ବୋଉ ।

ବାପାଙ୍କ ସେବା

ଜେଜେବାପା, ଜେଜେମାଙ୍କ

କଥା ବୁଝିବା

ନଣନ୍ଦ, ଦିଅରଙ୍କ ତୋ

ଅଳି ଅର୍ଦ୍ଦଳି ତୁ ବୁଝିବା

ଆମ ପିଲାମାନଙ୍କର

ଅଝଟ ପଣିଆ

ସବୁ ସଜାଡି ଦେବା

ସବୁରି ମୂଳ ଅଟୁ ଟି ତୁ

ସମସ୍ତଙ୍କୁ ଖାଦ୍ୟ ପରଷି ସାରି

ପଛରେ ଖାଉ

ନିତିଦିନ ତୁହି ଆଗରେ ଉଠି

ପଛରେ ଶୋଉ

ସେବା ମମତାର

ମୂର୍ତ୍ତିମନ୍ତ ପ୍ରତୀକ 

ଅଟୁ ତୁ ମୋ ବୋଉ

ତୋ ସମ ଏ ଦୁନିଆରେ

କେ ଅଛି ଆଉ

ତୁ ମୋର 

ଅତି ଆଦରଣୀୟ ବୋଉ

ତୋ ପିଲାମାନଙ୍କ ପାଇଁ

ତୁ ସବୁ କଷ୍ଟ ସହୁ

ତୁ ମୋ ମମତାମୟୀ

ସ୍ନେହମୟୀ ବୋଉ ।



Rate this content
Log in

Similar oriya poem from Abstract