Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅଧୁରା ସାକ୍ଷାତ

ଅଧୁରା ସାକ୍ଷାତ

1 min
193


ହଁ ଏମିତି ହିଁ ହୁଏ

ଅଧା ରହିଯାଏ ଅନେକ ସାକ୍ଷାତ

ହେଉ ପଛେ ଦୀର୍ଘ କିମ୍ବା ସୀମିତ ଭେଟରେ 

କିଛି କଥା ମୁହଁ ଖୋଲିବା ଆଗରୁ 

ଅଟକିଯାଏ କୁଣ୍ଠିତ ଜିହ୍ୱାରେ

କିଛି କଥା ମିଳାଇ ଯାଏ ଧୀର ପବନରେ

ଆଉ କିଛି କଥା ଅବୁଝା ରହିଯାଏ

ବାକ୍ୟ ଓ କର୍ଣର ଅସାମଞ୍ଜସ୍ୟରେ। 


ଭାଵନା ମାନେ ଆଗପଛ ହୁଅନ୍ତି

ରୂପ ପରିଗ୍ରହ କରିବାକୁ ଶବ୍ଦର ଛାଞ୍ଚରେ

କିଛି ଭାଵନା ପ୍ରଗଳ୍ଭ ହୁଅନ୍ତି

ଜିତିବାର ଢେର୍ ଆନନ୍ଦରେ

ଆଉ କିଛି ଶୋଇଯାନ୍ତି 

ବିସ୍ମୃତିର ଆରାମ ଶେଯରେ। 


ଆଉ କିଛି କହିଥାନ୍ତି କି 

ଭାବି ଭାବି ମନ ହୁଏ ଭାରି ଆନମନା

ଆଉ କିଛି ଶୁଣିଥାନ୍ତି ବୋଲି

ଅସମ୍ପୂର୍ଣ୍ଣ ରହିଯାଏ ଅଜସ୍ର ସମ୍ଭାବନା

ଅବଶ୍ୟ ସବୁ କିଛି ସରିଯାନ୍ତା ଯଦି ଗୋଟିଏ ସାକ୍ଷାତକାର

କେମିତି ହୁଅନ୍ତା କୁହ ପୁନର୍ମିଳନର

ଆଉ ଏକ ନବ ସଂରଚନା !


ବାକି ରହିଯାଏ ଅନେକ କିଛି

ସାକ୍ଷାତଟିଏର ପରିସମାପ୍ତି ପରେ

ଆଉ କିଛି କହିବାର ଥିଲା ବୋଲି

ଅଧା ଅଧା ଲାଗେ ଭାରି ଫେରିଗଲା ପରେ

ବସା ବାନ୍ଧେ ଅନେକ ଅଭିଯୋଗ ଓ ଅଭିମାନର

ବୁଢିଆଣୀ ଜାଲ ସବୁ

ମୋ ଆଉ ତୁମ ମନର ଘର ଭିତରେ

ଓ ବାଟ ଫିଟେ ଆଉ ଏକ ସାକ୍ଷାତର

ପ୍ରତିଟି ଅଧୁରା ସାକ୍ଷାତର ଠିକ୍ ପରେ ପରେ। 



Rate this content
Log in

Similar oriya poem from Abstract