Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ଅନ୍ଧବିଶ୍ୱାସରୁ ମୁକ୍ତି

ଅନ୍ଧବିଶ୍ୱାସରୁ ମୁକ୍ତି

1 min
149



ମଣିଷ ମାତ୍ରକେ ଜ୍ଞାନ ବିବେକ ପୂର୍ଣ୍ଣ

ଅପରିହାର୍ଯ୍ୟ ମନକୁ ଆସିବା ପ୍ରଶ୍ନ |୧|


ଯଦି ପ୍ରଶ୍ନ ନପଚାରିବା, ଯୁକ୍ତି ନକରିବା

ନିଜ ବିଶ୍ୱାସକୁ ଧରି ଅନ୍ଧ ହୋଇ ରହିବା |୨|


ପ୍ରତ୍ୟେକ ବ୍ୟକ୍ତି, ପରିବାର ଓ ସମାଜର 

ପ୍ରଶ୍ନ କରିବା, ପରୀକ୍ଷା କରିବା ତ ଅଧିକାର |୩|


ତାଦ୍ୱାରା ଉନ୍ନତି ହୁଏ, ସେତ ଞାନ ବିଜ୍ଞାନ

ପ୍ରଶ୍ନ ତର୍କବିତର୍କ ଅଭାବ ଅନ୍ଧ ବିଶ୍ୱାସ ଜାଣ |୪|


ଅନ୍ଧ ଭାବେ ମାନିବା, ଅଶିକ୍ଷା, କୁଶିକ୍ଷା, ଅଜ୍ଞତା

ରୋଗ, ଦୁଃଖ, ଅଶାନ୍ତି ସୃଷ୍ଟି କରେ ମନର ଅନ୍ଧତା |୫|


ଯାହା ସବୁ କଥା ସାର୍ବଜନୀନ ଗ୍ରହଣୀୟ ନୁହେଁ

ଅନ୍ଧ ବିଶ୍ୱାସେ ବିନା ପରୀକ୍ଷା ନିରୀକ୍ଷାରେ ଚାଲିଥାଏ |୬|


ଯଞ୍ଜ, ଜନ୍ତାଳ, ବେଙ୍ଗ ବିବାହ, ଷଣ୍ଢ ସୁଧି ଦ୍ବାରା 

ବର୍ଷା ହୁଏ ନାହିଁ କିନ୍ତୁ ମାନି ଚାଲିଛେ ଅନ୍ଧଭାବ ଦ୍ୱାରା |୭|


ପୂର୍ବରୁ କହୁଥିଲେ ଭଗବାନ ଜଣେ ମଣିଷକୁ

କପଟୀ ଜାଣିଲେ ବେଇମାନ କହୁନେକି ତାକୁ |୮|


ଡେଉଁରିଆ ବାନ୍ଧିବା, ଗୋଡ଼ରେ କଳାଫିତା ବାନ୍ଧିବା

ଅନ୍ଧତାରେ ସମାଜ ନିମ୍ନଗାମୀ ହୁଏ ଏକଥା ବୁଝିବା |୯|


ଚାକିରୀ, ବାହାଘର, ଓ ଶୁଭ ଅଶୁଭ ବିଷୟରେ

ଅନ୍ଧ ବିଶ୍ୱାସରୁ କିଛି ଲାଭଜନକ ବ୍ୟବସାୟରେ |୧୦|


ଧର୍ମାନ୍ଧତା ନିଃସହାୟତା ଅନ୍ଧବିଶ୍ୱାସର ଲଷଣ

ସୃଷ୍ଠି କରିବା ତା ବିରୁଦ୍ଧ ବ୍ୟାପକ ଜନଜାଗରଣ |୧୧|


ଶୋଷଣ କଷଣ ଲୁଣ୍ଠନ ଭଗବାନଙ୍କ ଦ୍ବାରା ଘଟୁଛି 

ଏ ମାନସିକତା ଲୋକଙ୍କ ଭିତରେ ଏବେ ବି ଅଛି |୧୨|


ମହୁ ପାଦରୁ, ହାତରୁ ବିଭୂତି, ସିମେଣ୍ଟ ଗାଈଠାରୁ ଖିର

କେତେ ମଣିଷ ଆମେ ଦେଖିଛେ କରୁଥିଲେ ପ୍ରଚାର |୧୩|


ସେପରି ଆତ୍ମ ଘୋଷିତ ଭଗବାନ ଜେଲରେ ଅଛନ୍ତି 

ହେଲେ ବି ଅନ୍ଧ ବିଶ୍ୱାସରେ କିଛି ସ୍ମରଣ କରୁଛନ୍ତି |୧୪|


ସର୍ବସ୍ବ ଧ୍ବଂସ ହେଇଛି ଧାଇଁ ଏ ଅନ୍ଧବିଶ୍ୱାସ ପଛର

ତଥାପି ଚେତା ଫେରିନି ଅନ୍ଧବିଶ୍ୱାସୀ ମାନଂକର |୧୫|


ଆମ ସମାଜରେ ଅନ୍ଧବିଶ୍ୱାସର ରହିଛି ବହୁ ପ୍ରତିବିମ୍ବ

ଏଥିରୁ ମୁକ୍ତି ହେଲେ ଯାଇ ଏ ଦେଶର ବିକାଶ ସମ୍ଭବ |୧୬|



Rate this content
Log in

Similar oriya poem from Abstract