ପ୍ରିୟା-୧୮
ପ୍ରିୟା-୧୮
ଜମ୍ବୁଦ୍ବୀପୁ ଜାମ୍ବବତୀ
କିଷ୍କିନ୍ଧାରୁ ତାରା ସତୀ
ଲଙ୍କାଗଡ଼ୁ ମନ୍ଦୋଦରୀ
ଗାନ୍ଧାର ଦେଶୁ ଗାନ୍ଧାରୀ
ପାଞ୍ଚାଳ ରୁ ଯାଜ୍ଞସେନୀ
ମଗଧ ରୁ ସୁକେଶିନୀ
କଳିଙ୍ଗରୁ କାରୁବାକୀ
ବଙ୍ଗ ଦେଶୁ ଚନ୍ଦ୍ରମୁଖୀ
ମିଶି କଲେ ଇନ୍ଦ୍ରପୁରେ ଗତି ,
ଦେବକନ୍ୟା ଦେବଯାନୀ
ସଚ୍ଚୀ , ଅଦିତି , ରୁକ୍ମଣୀ
ରମ୍ଭା, ଉର୍ବଶୀ , ମେନକା
ଯେତେ ସବୁ ସୁନାୟୀକା
ଏକ ସ୍ବରେ କଲେକ ଆପତ୍ତି
ସହି ହେଉ ନାହିଁ ଲଜ୍ଜା
ଦେବେ ଆତ୍ମାହୁତି ।
ଇନ୍ଦ୍ରାସନ ଟଳମଳ
ତ୍ରିଭୁବନ ଅସମ୍ଭାଳ
ବ୍ରହ୍ମା, ବିଷ୍ଣୁ ,ମହେଶ୍ବର
ଯମ , ବରୁଣ , କୁବେର
ସୂର୍ଯ୍ୟ, ଚନ୍ଦ୍ର, ମରୁତ, ମାରୁତି
ସର୍ବ ମନେ ଉଙ୍କିମାରେ ଭୀତି ,
ସୃଷ୍ଟି ହେବ କାଳେ ଏକ
ନୂଆ ଅପକୀର୍ତ୍ତି ?
ତମେ କିନ୍ତୁ ନିରୁତ୍ତର
ନିରହଂକାର , ନିର୍ବିକାର
ନିର୍ଲିପ୍ତ , ନିଷ୍ପାପ ଆଗୋ ମୌନାବତୀ !
ହେବ କି ନହେବ କୁହ
ମୋ' ଜୀବନ ସାଥୀ ?

