ସାଗର କୂଳରେ ସନ୍ଧ୍ୟାଟିଏ
ସାଗର କୂଳରେ ସନ୍ଧ୍ୟାଟିଏ
ବିରହୀ ମନର ଅଭିସାର କିଛି
ମୁଁ କିଛି ଉନ୍ମାଦ ଯୁବ ଦେହର
ତହିଁରେ ବଢ଼ାଏ ପ୍ରେମର ପିପାସା
ଉର୍ମିର ଗୁଞ୍ଜେନେ ସାଗର !
ବିଜନ ବେଳାରେ ନିର୍ଜନ ପ୍ରହରେ
ଛାଇ ଆଲୁଅରେ ଉଷସୀ ଖେଳେ
ମର୍ତ୍ତ୍ୟର ମଣିଷ ମୁଁ କେଉଁ ମାୟାରେ
ଆତ୍ମହରା ହୁଏ ସାଗର କୂଳେ !
ରକ୍ତିମ ଆଭାରେ ଜ୍ଵଳନ୍ତ ସାଗର
ଦହନ ହେଉଛି ବାଲୁକା ରାଶି
ସ୍ମୃତିର ଆଇନା ଝଲସି ଯାଉଛି
ଅତୀତ କରୁଛି ବିବ୍ରତ ଆସି !
କ୍ଳାନ୍ତ ମୋ ଦେହରେ ତୁମର ସ୍ପର୍ଶର
ଅନୁଭବ ମନ ବିଦାରେ ଯେବେ
ସ୍ଵର୍ଣ୍ଣିମ ପ୍ରହରେ ଅଳସକୁ ଭାଙ୍ଗେ
ସାଗରର ଉର୍ମି ଅଟକି ସେବେ I