STORYMIRROR

Chittaranjan Nanda

Tragedy Fantasy Others

3  

Chittaranjan Nanda

Tragedy Fantasy Others

ଖୋଜୁଛି ମାନବିକ ମୂଲ୍ୟବୋଧ

ଖୋଜୁଛି ମାନବିକ ମୂଲ୍ୟବୋଧ

1 min
206


ଖିଆଲି ଝଡ଼ରେ, ନୀଳ ଆକାଶରେ 

ନାଚିବାକୁ ଇଛା ମୋ ମନରେ  

ବୁଲିଯିବା ପାଇଁ ଜହ୍ନ ରାଇଜକୁ ବଳିଛି 

ମୋର ମନ ଭାବନାରେ |୧|


ଆହେ ସବୁ ପ୍ରବାଦ ପୁରୁଷ ତୁମ ଅନୁଭବରେ 

ସତ୍ୟ ସ୍ୱର ହୁଏ ପ୍ରତିଧ୍ବନିତ 

ମଣିଷ ମଧ୍ୟରେ ମାନବୀୟ ପ୍ରୀତି, ଜୀବନଚିନ୍ତା 

ଓ ସତ୍ୟ ପାଇଁ ପ୍ରୀତି ହୁଏ ଜାତ |୨|

 

ପ୍ରେମ ସାଗରର ବେଳାଭୂମି ଛାଡି 

ଯୁଦ୍ଧର ସାନ୍ନିଧ୍ୟ ଖୋଜୁଛି ଯିଏ,

ସେ କାହୁଁ ବୁଝିବ ପ୍ରେମ ଶାନ୍ତିର ମହତ୍ତ୍ୱ, 

ସ୍ୱାର୍ଥ ରଙ୍ଗରେ ଅନ୍ଧ ହୋଇଛି ଯିଏ |୩|


ହେ ଦିବ୍ୟଦୃଷ୍ଟି ସମ୍ପନ୍ନ ମାନବିକ ମୂଲ୍ୟ-

ବୋଧର ଯେତେ ଥିଲ ପୂଜକ 

ଖୋଜୁଛି ଆପଣମାନଙ୍କୁ, ଧୂପ ନୈବେଦ୍ୟ 

ଦେଇ କରିବି ମୁଁ ନତମସ୍ତକ |୪|



Rate this content
Log in

Similar oriya poem from Tragedy