STORYMIRROR

Manoja kumar Pattnayak

Abstract Romance Fantasy

3  

Manoja kumar Pattnayak

Abstract Romance Fantasy

ତା ବୋଉ ଦେଲା ମୋ ଗାଲେ ଚୁମ୍ବନ

ତା ବୋଉ ଦେଲା ମୋ ଗାଲେ ଚୁମ୍ବନ

1 min
158

କହିବି କହିବି ନୀତି ଭାବୁଥାଏ

ହେଲେ କହିପାରେ ନାହିଁ

କହି ଦେବି ବୋଲି ସବୁକଥା ଆଜି

ହାତକୁ ଧରିଲି ଯାଇ

ଦେହ ଥର ଥର ମନ ଡର ଡର

ପାଟି ଫିଟିଲାନି ଜମା

ପାଟି ଫିଟାଇ ମୁଁ କହିବା ଆଗରୁ

ତା ବୋଉ ଆସିଦେଲା ଚୁମା

ସେ ଚୁମା କୁଆଡେ ଯେତେ ଖାଉଥିଲେ

ପେଟ ପୁରିବ ନି ଜମା

କେତେ ଭୁଲି ବାକୁ ଚେଷ୍ଟା କଲେ ମଧ୍ୟ

ମନ ରୁ ଯିବନି ଜମା

ସେ ଚୁମା ଏଯାଏ ମନରୁ ଯାଇନି

ଲାଗୁଅଛି ଭାରି ଡର

ସେ ମୋତେ ଯେ ପରି ଚାହାଣି ଦେଇଛି

ଲାଗେ ଲାଲ୍ ବାହିନୀ ଡର

ମୁଁ କି ବୁଝିବା ସୁଜିବା ପୁଅ

ଡରି ରହିଯିବି ତାକୁ

ପୁଣି ଥରେ ମୁହିଁ ଚେଷ୍ଟା କରିଥିଲି

ମନ କଥା କହିବାକୁ

ଓଠ ଚିପିଚିପି ପାଖକୁ ଆସି

ମୋ ଗାଲରେ ଦେଲା ଚୁମ୍ବନ

ସେଇ ଦିନ ଠାରୁ ବନ୍ଧା ରହିଗଲା

ତୁମ ପାଖେ ଏଇ ମନ

ତୋ ଓଠର ସେଇ ମଧୁର ଚୁମ୍ବନ

ଆଜିବି ରହିଛି ମନେ

ସେ ଚୁମ୍ବନ କେବେ ଭୁଲି ପାରିବିନି

ବଞ୍ଚିଥିବା ଯାଏଁ ଜୀବନେ

ତୁ ଯେତେବେଳେ ଚୁମ୍ବନ ଟେ ଦେଲୁ

ହଜିଗଲି କିଛି କ୍ଷଣ

ପରେ ମୁଁ ଜାଣିଲି ତୋ ଓଠ ମୋ ଗଲେ

ଦେଈ ଥିଲା ଚୁମ୍ବନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract