STORYMIRROR

ଦୀପଙ୍କର ଦାସ

Tragedy Inspirational

3  

ଦୀପଙ୍କର ଦାସ

Tragedy Inspirational

ତୁମ ଜୁଇରେ ନିଆଁ ଦେଇନଥିଲି

ତୁମ ଜୁଇରେ ନିଆଁ ଦେଇନଥିଲି

1 min
317

ମୁଁ ତୁମ ଜୁଇରେ ନିଆଁ ଦେବାକୁ ଆସିନଥିଲି

କାରଣ ମୁଁ ଜାଣିଥିଲି ତୁମେ ମରିପାରିବ ନାହିଁ

ତୁମେ ମରିବାର ସତ ଖବର ଯିଏ ଦେଇଥିଲା

ସିଏ ମିଛୁଆ ଥିଲା

ସିଏ ତୁମେ ନଥିଲ

କେଉଁ ଏକ ଶୁଷ୍କ ପତ୍ର ହାଲକା ପବନରେ

ଗଛରୁ ପଡ଼ିଥିଲା

ମୋ ଆଖି ତୁମ ଲକ୍ଷ୍ୟରେ ଏବେ ବି ଆବଦ୍ଧ ଅଛି

ମୁଁ ଯାହା ଦେଖୁଛି ଯାହା ଭାବୁଛି 

ତାହା ଦିନେ ତୁମର ଲକ୍ଷ୍ୟ ଥିଲା 

କାହିଁ କିଛି ବି ବଦଳିନି 

ତୁମ ହାତ ମୋ ଆଙ୍ଗୁଳିରେ ଶ୍ୱାସ ନିଏ

ମୁଁ ଲେଖିବାକୁ ଯେବେ କାଗଜ କଲମ ଉଠାଏ

ତୁମକୁ ବସିଥିବାର ନିଜ ଚୌକିରେ ହିଁ ପାଏ

ଦେହରେ ଯେତେ ଲହୁ ସବୁ ତୁମ ପାଇଁ ବହେ

ମୋ କଥା ଭିତରେ ଲୁଚିକି ତୁମ ଜିଭ କହେ

ମୋ ଦୁଃଖରେ ତୁମେ

ମୋ ଯନ୍ତ୍ରଣାରେ ତୁମେ

ତୁମ ସମାଧିରେ ଯିଏ ତୁମ ନାଆ ଲେଖିଛି

ସିଏ ମିଛ ଲେଖିଛି

ତୁମ ସମାଧିରେ ମୋତେ ପୋତା ହୋଇଛି

ତୁମେ ମୋ ଭିତରେ ଏବେ ବି ଜୀବିତ ଅଛ

କେବେ ସମୟ ମିଳିଲେ ନିଆଁ ଦେବାକୁ ଆସିବ।

ଉର୍ଦ୍ଦୁ - ନିଦା ଫାଜ୍ଲି

ଉର୍ଦ୍ଦୁର ଏହି କବିତାରେ ମୁସଲିମ ପରମ୍ପରା ଅନୁସାରେ ଲେଖା ଥିଲା। ମୁଁ ଏହାକୁ ହିନ୍ଦୁ ପରମ୍ପରା ଅନୁସାରେ ଲେଖିଛି।ତାଙ୍କ ବାପାଙ୍କ ଦେହାନ୍ତରେ ମ୍ରିୟମାଣ ହୋଇ ସେ ଏହି କବିତା ଲେଖିଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy