ତୁମ ବିରୁଦ୍ଧରେ
ତୁମ ବିରୁଦ୍ଧରେ
ଶବ୍ଦରୁ ସୃଜନ-9: ଦୁର୍ଘଟଣା
ତୁମ ବିରୁଦ୍ଧରେ ମୋର କିଛି ଅଭିଯୋଗ ନାହିଁ,
ଯେଉଁ ଦୁର୍ଘଟଣା ହେଲା ସବୁ ମୋର ଦୋଷ ପାଇଁ |(ଘୋଷା )
ନେହୁରା ମୁଁ ହୋଇଥିଲି ମାଗିଲା ମାଗିଲା ହାତେ,
ଭରିଥିଲା ମୋ ଆଞ୍ଜୁଳା ଲୋଡ଼ାଥିଲା ଯାହା ଯେତେ |
ଆଜି ମୁହିଁ ନିସ୍ଵ ମଣେ ପାଶେ ତୁମକୁ ନପାଇ |
ତୁମ ବିରୁଦ୍ଧରେ ମୋର କିଛି ଅଭିଯୋଗ ନାହିଁ,
ଯାହା ଅଘଟଣ ହେଲା ସବୁ ମୋର ଦୋଷ ପାଇଁ |(1)
କ୍ଷମାକର କ୍ଷମାକର କ୍ଷମାକର ନିଜେଗୁଣେ,
ଭୁଲିଯାଅ ଜୀବନରେ ଆସିଥିଲା କେହି ଜଣେ |
ମୋର ଯେତେପାପ ନିଜ ଲୁହଧାରେ ଦିଅଧୋଇ |
ତୁମ ବିରୁଦ୍ଧରେ ମୋର କିଛି ଅଭିଯୋଗ ନାହିଁ,
ଯାହା ଅଘଟଣ ହେଲା ସବୁ ମୋର ଦୋଷ ପାଇଁ | (2)