STORYMIRROR

Samar Ballav Bhoi

Romance Tragedy

3  

Samar Ballav Bhoi

Romance Tragedy

ତୁମ ବିରହେ

ତୁମ ବିରହେ

1 min
211


ପାଖେ ଥିଲ ତୁମେ ଥିଲି ଆନନ୍ଦରେ

ତୁମେ ଗଲାପରେ ପାଖରୁ ଦୁରେଇ

ମନେପଡ଼ ସବୁଦିନ

କଣ୍ଟାର ଶେଯେ ଯେ ଶୁଆଇ ଦେଇଛ

ଚୋରାଇ ନେଇଛ ମୋର ସପନ ।।



ତୁମେ ମୋ ଜୀବନ ମୁଁ ତୁମର ପ୍ରାଣ

ତମେ ଥିଲ ସେତ ପ୍ରୀତିର ଶ୍ରାବଣ

ତମେ ଶୁଣେଇଲ ପ୍ରୀତିର ରାଗିଣୀ

ମନେ ଭରିଥିଲ ବିଶ୍ୱାସ ଚନ୍ଦନ

ପୁଣି କେତେ ମାନ ଅଭିମାନ ।।


ତୁମ ବିନା ଦିନ ରାତି ସବୁ ହିଁ ସମାନ

ଲୁହ ଭିଜା ଆଖି ମାନୁ ନାହିଁ ବୋଲ

ହୃଦୟେ ଭରା ମୋର କେତେ କୋହ

ତୁମ ବିନା ପ୍ରିୟା ବଞ୍ଚିବି କେମିତି

ଝରଇ ଆଖିରେ ଝରଣା ଲୁହ ।।


ତୁମ ବିରହ ବେଦନା ସହି ହେଉ ନାହିଁ

ଭାବି ଭାବି ରାତି ଦିନ 

ତୁମ ମୁହଁ ସତେ ଅଦିନିଆ ବତାସୀ ଝଡ଼ 

ମୋ ମନ ଆକାଶେ ଢାଙ୍କିଛି ଘୋର ଅନ୍ଧକାର

ମନକୁ ବୁଝେଇ ପାରୁ ନାହିଁ ପ୍ରିୟା

ଫେରି ଆସ ପ୍ରିୟା ଆଉଥରେ ସେହି

ଗଢିବା ବିଶ୍ୱାସର ପ୍ରୀତି ନିଡ଼ ।।




Rate this content
Log in

Similar oriya poem from Romance