ତୁମ ଅଗଣାର ତୁଳସୀ ମୁଁ
ତୁମ ଅଗଣାର ତୁଳସୀ ମୁଁ
କିଏ ଜାଣେ କାଲି ଥିବି କି ନଥିବି
ତୁମ ଅଗଣାର ତୁଳସୀ ହେଇ
ଆଜି ଅଛି ଭଲ କାଲି ହେବି ମନ୍ଦ
କିଏ ଯାଣେ ଏତ ଚକ୍ର ଭିଆଇ ।
ନୂଆ ନୂଆ ବନ୍ଧୁ ଅତି ନିବିଡ଼ ଯେ
ପୁରୁଣା ଫୋପଡା ଆଡ ଆଖିଆ
ଅତି ନିବିଡ଼ ରେ ଇତି ହେଇଯାଏ
ପୂର୍ବରୁ ରହିଚି କଥା ବଢିଆ ।
ସେଇ ମନ ଥାଏ ସେଇ ଋପ ଥାଏ
ଅତି ଲଦଘଷ ଘେସେରା ହୁଏ
ଦୂରେଇ ରହିଲେ ବନ୍ଧୁତ୍ବ ସୁନ୍ଦର
ପାଖ ବନ୍ଧୁ କଥା ଦେହକୁ ନିଏ ।
ହଜାର ବନ୍ଧୁତ୍ବ ଗଢିଲେ କି ହେବ
ନାହିଁ ଜଦି ସେଠି ସେ ଆତ୍ମିୟତା
ହଜାର ସମ୍ପର୍କ ଗଢିଲେ କି ହେବ
ନାହିଁ ଜଦି ସେଠି ନିଃସ୍ବାର୍ଥ ପରତା ।
ନିସ୍କପଟ ବନ୍ଧୁ ହୃଦୟରେ ବସେ
ନାହିଁ ତାର ମନେ ବାଦ ବିଚାର
ଘାତ ପ୍ରତିଘାତ ସହି ଯାଏ ସିଏ
ହୁଏନାହିଁ ମନ ଉଣା ଟି ତାର ।
ପ୍ରକୃତ ବନ୍ଧୁ ତ କଡା କଥା ଶୁଣି
ହସି ହସି ମିଠା ଦିଏ ପରସି
ନାହିଁ ମନ ଉଣା କାହାରି ଉପରେ
ରାଗ ଈର୍ଷା ଭୁଲି ବସଇ ହସି ।
ସେଇପରି ବନ୍ଧୁ ଭୁଲି ବନି କେବେ
ଆଦରରେ କର ତାଙ୍କ ସ୍ବାଗତ
ଦୁଃଖ ସମୟରେ ସେଇ ବନ୍ଧୁ ତୁମ
କଷ୍ଟ ଦୁର କରି ରଖେ ଇଜ୍ଜତ ।
ବନ୍ଧୁ ବାନ୍ଧବ ତ ଭଗବାନ ତୁଲ୍ୟ
ବାନ୍ଧି ରଖ ତାଙ୍କୁ ସ୍ବ ହୃଦୟରେ
ଆସିବନି ଝଡ ଜୀବନ ରାସ୍ତା ରେ
ବିଶ୍ବସ୍ତ ହେଇକି ଦେଖତ ଥରେ ।