ତୁ ଗଲା ପରେ ପରେ
ତୁ ଗଲା ପରେ ପରେ
ଲେଖି ପାରୁନାହିଁ ଆଉ ମୁଁ କବିତା
ତୁ ଗଲା ପରେ ପରେ
ଆସୁନାହିଁ ଆଉ ସେଇ ଆବେଗତା
ମୋ ଭାବନାର ଲେଖନୀରେ ।
ଜୀବନର ଅଙ୍କ ଯେତେ ବି କଷୁଛି
କେବେ ହେଉ ନାହିଁ ଶେଷ
ବୟସର ନଈ ବଢି ବଢି ଚାଲେ
ମୃତ୍ୟୁ କରେ ଅଟ୍ଟହାସ୍ୟ ।
ଯେଉଁ ଗପ ଦିନେ ତତେ କହୁଥିଲି
ଏବେ କେହି ଶୁଣେ ନାହିଁ
ଯେଉଁ ଲୁହ ଦିନେ ତୁ'ପୋଛୁଥିଲୁ
ଆଜି ଯାଏ ବହି ଓଠ ଛୁଇଁ ।
ପ୍ରଭାତ କାକଳୀ ଆଉ ଶୁଭେ ନାହିଁ
ବନାନୀ ର ଅନ୍ତରାଳେ
ଶରତର ସେଇ ରୂପା ଜହ୍ନଟା ବି
ଆଉ ଦିଶେ ନାହିଁ ନଭ କୋଳେ ।
ନିଜ ଇଛା ଅନିଛାର ଭାବକୁ ଏବେ ମୁଁ
ବାନ୍ଧିଲିଣି ନିଜ ପିନ୍ଧା ପଣତରେ
ନିଜକୁ ମୁଁ ଆଜି
ଗଢି ସାରିଲିଣି ଏକ ନିଆରା ଢ଼ଙ୍ଗରେ
ତୁ'ଗଲା ପରେ ପରେ......।
