ଟ୍ରେନ୍ ସଫର୍
ଟ୍ରେନ୍ ସଫର୍
ସମ୍ବଲପୁରକୁ ଛାଡ଼ି ଟ୍ରେନ୍ ଯେବେ
ମାଡ଼ି ଯାଏ ଆଗକୁ ଆଗକୁ
ମୋ ମାନସପଟରେ ଉଙ୍କି ମାରୁଥାଏ
କେତେ ବେଳେ ପହଞ୍ଚିବି ଭୁବନେଶ୍ୱରକୁ।
ମୋ ଝରକା ଫାଙ୍କ ଦେଇ
ଭାସିଆସେ ଦଲକାଏ ମଳୟ ପବନ
ରବିର ପହିଲି କିରଣ ସ୍ପର୍ଶ କରି
ମୋ ମନକୁ କରିଦିଏ ଉଚ୍ଛନ୍ନ।
ଟ୍ରେନ୍ ଉପରକୁ ଉଡ଼ି ଆସେ
ଗୋଟେ ଗୋଲାପ ଫୁଲଟି,
ମୋ ପାଖ ସିଟରେ ପଡେ ଉଡ଼ିଆସି
ଗୋଲାପ ଫୁଲ ନୁହେଁ ସେ
ରାଜଧାନୀର ଜଣେ ସୁନ୍ଦରୀ ଝିଅଟି।