STORYMIRROR

Lunar Das

Romance Tragedy

4  

Lunar Das

Romance Tragedy

ଟୋପାଏ ଖୁସି

ଟୋପାଏ ଖୁସି

2 mins
307

ହାତରେ ଦାନା ଦେଲାବେଳେ

ସେ ଦେଖୁ ନଥିଲା

କାହା ହାତରୁ

ଖାଦ୍ୟ ଟିଏ ଖାଉଛି

ଖାଦ୍ୟ ଖାଉଥିଲା ଆଉ ତୃପ୍ତ ହୋଇ

ଉଡ଼ି ଯାଉଥିଲା ।

ବାରଣ୍ଡାରେ ପାଣି ମୁନ୍ଦେ

ଥୋଇ ଦେଇ ନୀଇତି

ତା' ଅପେକ୍ଷା ରେ ବସୁଥିଲି ।

ସେ ସକାଳୁ ସକାଳୁ ଆସେ

ଡେଣା ଫଡ଼ ଫଡ଼ କରି ଗାଧାଏ

ଆଉ ଅଚିନ୍ତା ରେ ଉଡ଼ିଯାଏ ।

ବିନ୍ଦାସ୍ ଥିଲା ସେ

ନିଜ ଜୀବନ ରେ

ଅଜଣା ଥିଲା ଯେ,

କିଏ ତାକୁ ଦେଖୁଛି କି ନାହିଁ

ମୁଁ ଯେ ତାକୁ ଦେଖି

ଆତ୍ମହରା ହେଉଥିଲି ।

ରୋଜ୍ ତା'ପାଇଁ ମୋର ଅପେକ୍ଷା ଥିଲା

ସମୟ ଗଡ଼ିବା ର ପ୍ରତିଧ୍ୱନି ଟା

ମୋତେ ଶୁଭୁ ନଥିଲା

କେବଳ ଶୁଭୁଥିଲା ତା' ଘୁଟୁରୁଘୁଂ ଶବ୍ଦ ।

ଠିକ୍ ନିଜ ଭଳିଆ

ଧୋବ ଫର ଫର ସାଥି ଟେ ବି

ସେ ବାଛି ଥିଲା

ଖୁସିର ମୁହୂର୍ତ୍ତ ବି ଥିଲା,

ସମୟ ବି ଥିଲା,

ନିଃସ୍ୱାର୍ଥ ପ୍ରେମ ବି ଥିଲା ।

ତା'ପାଇଁ ମୋ ପାଖେ

ଅନେକ ସ୍ନେହ ଥିଲା

ଅନେକ ଶାନ୍ତି ବି ଥିଲା

ଅଯାଚିତ ମାୟା ଟିଏ ବି ଲାଗିଗଲା ।

କାଠ ବାକ୍ସ ଟେ ଆଣି ଟାଙ୍ଗିଲି

ତା ' ସଂସାର ଟେ ସେ ଏଠି ବସେଇବ

କୁନି କୁନି ଛୁଆ ହେବେ

ଚୁଁ ଚୁଁ ଶବ୍ଦ ରେ ମୋ ମନ ମୋହିବ ।

ସେମାନେ ଯେମିତି

ମୋ ଇଚ୍ଛା କୁ ବୁଝୁଥିଲେ

ସେମିତି ସଂସାର ବି କଲେ

ଦୁଇଟା ମାଂସ ପେଣ୍ଡୁଳାରେ

ମିଞ୍ଜି ମିଞ୍ଜି ହୋଇ

ଆଖି ଦୁଇଟା ଦିଶିଲା ।

ଦିନେ ବାହାରକୁ ଯାଇଥିଲି

ତାଙ୍କରି ଖାଦ୍ୟର ତଲାସ ରେ

ଆସି ଦେଖିଲି

ଶୂନ୍ୟ ବସାଟିଏ ପଡ଼ିଛି

ନାଁ ଚୁଁ ଚୁଁ ଶବ୍ଦ ଶୁଭୁଛି ନା

ନା ତା ' ଭିତରେ କିଏ ଅଛି ।

ମୋ ଅଗଣା ରେ ଭଉଁରୀ ଖେଳୁଛି

ଧଳା ପର କେଇ ଗୋଟି,

ଅନ୍ଧ ମାୟା ମୋତେ ନିମିଷକେ

ଖୀନ୍ ଭିନ୍ କରିଦେଲା ଯେମିତି ।

କାରଣ ବୁଝିବାକୁ ବାକି ବି ନଥିଲା

ମ୍ୟାଉଁ ମ୍ୟାଉଁ ଶବ୍ଦ ରେ

ବୀର ଦର୍ପରେ ଲାଞ୍ଜ ଟେକି

ଭୁଆ ଚାଲୁଥିଲା ।

ମନ ଦୁଃଖରେ ଆଉ

ନିଦ ତ ହେଲାନି

ମନ ଟା ରହିଗଲା

ସେ ଘୁଟୁରୁ ଘୁଂ ଶବ୍ଦରେ ।

ସକାଳ ଟା ମୋର ହଜିଗଲା

ଗମ୍ଭିରୀ ଉହାଡ଼ରେ

ଆଖି ଖୋଜୁଥିଲା ବିରହିଜୁ

କୁଆଡ଼େ ହଜିଗଲା ସେ

ନିତିଦିନିଆ ସାଥିକୁ

ମାୟା ରହିଗଲା ଧୂଆଁ ରେ।

ସକାଳୁ ସକାଳୁ ଦେଖିଲି ମୁଁ ତାକୁ

ମୁହଁ ମାରି ଏକୁଟିଆ ବସିଛି

ନା ମୋ ହାତରୁ ଆଉ

ଦାନା ଖାଉଛି ନା ଆଉ

ଘୁଟୁରୁ ଘୁଂ ଶବ୍ଦ କରୁଛି ।

ହତାଶ ଭରା ଆଖିରେ

ସେ ମୋତେ ଦେଖୁଥିଲା ଆଉ

ମୁଁ ତାକୁ ଦେଖୁଥିଲି

ସମୟ ଟା ଢେର୍ ବେସି ଲାଗୁଥିଲା ।

ମନେ ପଡ଼ିଲା ମୋର

ଦିନେ ପଢ଼ି ଥିଲି ପଂକ୍ତି ଟେ,

ସତ୍ୟ ପ୍ରେମ ଟେ ଥାଏ କେବଳ

ଅଧୁରା ମୁହୂର୍ତ୍ତରେ ।

ସ୍ୱୟଂ ଈଶ୍ୱର ବି

ଏଇ ଧାରା ରୁ ମୁକ୍ତ ନୁହଁନ୍ତି,

ସେଇ ରାଧାକୃଷ୍ଣ ଙ୍କ ପ୍ରେମ ହେଉ ,

ଅଥବା ରାମସୀତା ଙ୍କ ଯୋଡ଼ି ହେଉ

କିମ୍ବା ଶିବଶକ୍ତି ଙ୍କ ସ୍ୱରୂପ ହେଉ

ସବୁଠି ସମର୍ପଣ ଭାବ ଭିତରେ

ପ୍ରେମ ଟେ ବିରହ ରେ ବନ୍ଧା ପଡ଼ିଥାଏ ।


Rate this content
Log in

Similar oriya poem from Romance