STORYMIRROR

Aparti Charan Sethi

Tragedy Inspirational

4  

Aparti Charan Sethi

Tragedy Inspirational

ଟଙ୍କା ଚାଷ

ଟଙ୍କା ଚାଷ

1 min
312


    (ରମ୍ୟ ରଚନା)

ଟଙ୍କା ଚାଷ ଯଦି କରିବ

   ଆସ କୃଷକ ଭାଇ,

ନିଜ ବୁକୁତଳ ଜମିରେ 

   ହଳ ଦିଅ ବୁଲାଇ‌।

ଜ୍ଞାନ' ବୁଦ୍ଧି ଧଳା କସରା

   ଦୁଇ ବଳଦ ଯୋଚି‌,

ବିବେକ ଲଙ୍ଗଳେ ବିଲକୁ

   ଆଗ ଦିଅ ହେ ଚଷି‌।

ପୁଣ୍ୟର ଉତ୍ତମ ବିହନ

   ଚିତ୍ତେ ଶୋଧନ କରି,

ଭଲ ଭାବେ ବାଛିଦିଅ‌ ହେ

   ପୁଣି କଣ୍ଠା‌ ଅଗାଡି।

ପ୍ରେମ ଟୋକେଇରେ‌ ପୁରାଇ

   ଭାବେ ବୁଣ ବିହନ ,

ନିଶ୍ଚେ କୃପା ବର୍ଷା କରିବେ

   ପ୍ରଭୁ ଚକାନୟନ। 

କୃପା ବର୍ଷା ଜଳ ପାଇଲେ

   ଟଙ୍କା ଗଛ ଉଠିବ,

ବିଚାର କରି ଭାବ ସାର

   ଦେଖି ଚାହିଁ ବୁଣିବ‌।

ମିଥ୍ୟା ଦ୍ଵୈଷ ଅହଂ ଘାସକୁ

   ବାଛିବ ମନେ କରି,

ତେବେ ଯାଇ ଟଙ୍କା ଗଛ ଯେ

   ହସିବ କିରି କିରି‌।

ଟଙ୍କା ଯେବେ ଗର୍ଭେ ରହିବ 

   ଭାବେ ନୁଆଁଅ ମଥା‌,

ଟଙ୍କା ଯେବେ ଗଛେ ଫଳିବ

   ଘୁଞ୍ଚିବ ସବୁ ଚିନ୍ତା।

ଏକାଗ୍ରତା ଦା' ଧରିଣ

   କାଟ ଟଙ୍କା ଫସଲ,

ପ୍ରେମେ ହଳାବିଡା ବାନ୍ଧିଣ

  ବୋହି ଆଣିଲେ ଭଲ।

ହେତୁ ଚେତା ଦ୍ଵାର ଖଳା‌ରେ

   ‌ଟଙ୍କା କର ଅମଳ,

ସେ ଟଙ୍କାକୁ ନେଇ ସଂସାର

  ହାଟେ‌ ସ‌ଉଦା କର।

ପର ସେବା ପର କଲ୍ଯାଣେ

   ଟଙ୍କା କର ଖରଚ‌ ,

ତେବେ ଯାଇ ବନ୍ଧୁ ହୋଇବ

  ସଂସାରରେ ସର୍ବୋଚ୍ଚ।


Rate this content
Log in

Similar oriya poem from Tragedy