STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଠକି ଗଲି

ଠକି ଗଲି

1 min
461


ଆ ନା

ତୁ ଡାକିଲୁ 

ଜହ୍ନରେ ଘରଟେ କରିବା

ଘର ଆଗେ

ରୂପା ଫୁଲ ଫୁଟାଇବା

ପଛେ ପରିବା ଚାଷ

ଦୁଇ ପଟେ ଔଷଧୀୟ ବୃକ୍ଷ ଲଗାଇବା

ସେ ଘର କେବଳ ହେବ ତୋର ମୋର

ତୁ ରାଜା ମୁଁ ରାଣୀ

କହୁନୁ କେତେ ମଜା ହେବ

ଏକଥା କହିଥିଲୁ।

ବୁଧରୁ ଟିପେ 

ବୁଦ୍ଧି ଆଣିବା

ମଣିଷ ଜାତି ପାଇଁ

ଶୁକ୍ରରୁ ଶୁଦ୍ଧ ସ୍ନିଗ୍ଧ ଉଜ୍ଜ୍ୱଳତା

ମାନବୀୟ ମୂଲ୍ୟ ବୋଧ

ଉଜ୍ଜୀବିତ କରିବାକୁ

ଯାହା ହଜି ଯାଇଛି ସ୍ୱାର୍ଥ

ଲାଳସା କାମନା ବନ୍ୟ ନିଆଁରେ

ତୁ କାମକୁ ଯିବୁ 

ମୁଁ ଭାତ ଡାଲି କି ତରକାରୀ କରି

ତୋ ରାହା ଦେଖିବି

ତୁ ଅଧା ବାଟରୁ ଡାକ ଛାଡ଼ିବୁ

ରାନୀ ଏ ରାନୀ

ସେ ଘରେ ଖାଲି ସେହ ପ୍ରେମ

ସହଭାଗିତାରେ ହସୁଥିବ।

ମଙ୍ଗଳରୁ

ସବୁରି ମଙ୍ଗଳ ଆଣି ବାଣ୍ଟି ଦେବା 

ହୃଦୟର ହୃଦୟକୁ

ଦିବ୍ୟ ଚେତନା ଦିବ୍ୟଜ୍ଞାନ 

ଆଣିବା ବୃହସ୍ପତିରୁ

ଅଜ୍ଞ ମଣିଷ ପାଇଁ

ସେ ସଂସ୍କାରି ସଭ୍ୟ ହେଉ

ଦେବତା ହେବାକୁ କିଏ କହୁଛି

ଅନ୍ତତଃ ଗୋଟେ ମଣିଷ ହେଉ

ବାର୍ତ୍ତା ପ୍ରଚାର କରିବା

କଣ କହୁଛୁ ପାରିବା ତ

କେବଳ ଖୁସିକୁ ପୁଞ୍ଜି କରି!!

ଶନିକୁ ଫେରାଇ ଦେବା

କ୍ରୋଧ

ଅହଂକାର

ଆତ୍ମବଡିମା

ମୁହଁର ମୁଖା;

ୟୁରେନ୍ସରେ

କରିବା ଗବେଷଣା ଗୃହ

ଦିନରାତି ଏକ କରି

ମଗ୍ନ ରହିବା

କେମିତି ବଦଳାଇ ହେବ

ମଣିଷର ଦୁଃଷ୍କର୍ମ

କଦାକାର

ମନୋବୃତ୍ତି

ଅନାର୍ଯ୍ୟ ପ୍ରବୃତ୍ତି

ଏବଂ ଅଶୃଙ୍ଖଳିତ

ଅସଂଯତ

ଜୀବନ ଚର୍ଯାକୁ।।

ନେପଚୁନରୁ ବୁନ୍ଦେ

ଶୀତଳତା ଆଣି

ଢାଳି ଦେବା ଜଳୁଥିବା

ମଣିଷର ପାଶବିକ କାମନା ନିଆଁରେ

ସୂର୍ଯ୍ୟରୁ ଟିକେ ମାଗି ଆଣିବା

ଶକ୍ତି

ସମୟାନୁବର୍ତ୍ତିତା

ସମାନତା

କର୍ମଯୋଗୀ

ହେବାର ମନ୍ତ୍ର ଶିଖି

ଆ ନା

ତିଆରି କରିବା

ସେହ୍ନ ପ୍ରେମ ଶାନ୍ତି ତ୍ୟାଗ

ଏବଂ

ଭାଇଚାରାର ଅଦ୍ଵିତୀୟ

ଅନ୍ୟ ଏକ ପୃଥିବୀ

ସ୍ୱପ୍ନର ଆମ ଘର।

ଏତେ ସବୁ ବିଶ୍ୱାସ ମୋ ଭିତରେ ଭରି

ଶେଷରେ 

ତୁ କଣ କଲୁ???

ରାନୀକୁ ଭୁଲିଗଲୁ!!!

ବାଟ ଭାଙ୍ଗି ଚାଲିଗଲୁ

ମୋ ହୃଦୟରେ ତୁ ତ 

ପ୍ରେମ ଦୀପଟେ ଜଳାଇ ଥିଲୁ

ତୋ ହାତ ଗଲା କେମିତି

ନିଜ ହାତରେ ଲିଭାଇ ଦେଲୁ

ଇନ୍ଦ୍ରଭୁବନ ମୋହରେ

ନନ୍ଦନକାନନ ଆକର୍ଷଣରେ

ଅର୍ଥ ପ୍ରତିଷ୍ଠା ଲୋଭରେ

ତୁ 'ଲକ୍ଷ୍ମୀକୁ' ଆଦରି

ମୋତେ କନ୍ଦେଇ ଦେଲୁ!!

ତୁ ଏମିତି କରିବୁ

ପ୍ରତାରଣା ଦେବୁ

ମୁଁ ସ୍ୱପ୍ନରେ ଭାବି ନଥିଲିରେ

ସତରେ ମୁଁ କେତେ ବୋକା "ଠକି ଗଲି" !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy