STORYMIRROR

Santosh Samal

Tragedy

3  

Santosh Samal

Tragedy

ତୋ' ବିନା ଆଉ କିଛି ମୁଁ ଭାବେ ନାହିଁ

ତୋ' ବିନା ଆଉ କିଛି ମୁଁ ଭାବେ ନାହିଁ

1 min
349

ପ୍ରେମର ପୂଜାରୀ ମୁଁ ପ୍ରେମର ଭିକାରୀ

ତୋତେ ଛାଡ଼ିଦେଲେ, ମୁଁ ପୁରା ଵେକାରୀ

ଫୁଲରେ ଖୋଜେ ତୋତେ

ଜହ୍ନରେ ବି ଦେଖେ ତୋତେ

ଦିନେ ନ' ଦେଖିଲେ ତୋତେ

ଏ' ବିକଳ ମନକୁ ମୁଁ ଵୁଝେଇବି କେତେ

ହାତ ବଢେଇଲେ ଧରିବା ପାଇଁ ହାତ ମୋ ପାଏ ନାହିଁ

ତୋ' ଵିନା ଆଉ କିଛି ମୁଁ ଭାବେ ନାହିଁ  ।

ବଞ୍ଚିବା ପାଇଁ ନିଶ୍ଵାସ ନିଏ

ପ୍ରତି ମୁହୂର୍ତ୍ତରେ ତୋ' ଦେହର ଵାସ୍ନା ପାଏ

ରାତି..ରାତି ତୋ' ପାଇଁ ରହେ ମୁଁ ଉଜାଗର

ସ୍ଵପ୍ନରେ ତୁ' ଆସିବୁ ଵୋଲି

ପଡେନି ଆଖି ପତା ମୋର

ଚେଇଁ ଶୋଇ ସ୍ଵପ୍ନ ଦେଖିଲେ ,ତୋତେ ମୁଁ ପାଏ ନାହିଁ

ତୋ' ଵିନା ଆଉ କିଛି ମୁଁ ଭାବେ ନାହିଁ  ।

ଭାବନା ମୋର ପଥର ମୂର୍ତ୍ତି

ତୋ ସ୍ନେହ ନିହାଣ ସ୍ପର୍ଶରେ ହବ ସୁନ୍ଦର ଅତି

ଗଢିବା ଭାଙ୍ଗିବା ତୋ ଇଚ୍ଛାର କଥା

ଭାଙ୍ଗିବା ଯଦି ତୋ ମନରେ ଥାଏ

ମୋ' ପାଇଁ ତୁ' କୋକେଇ ସଜେଇ ରଖିଥା

କୋକେଇକୁ ସଜେଇଵୁ ତୋ' ହାତରେ 

ରାଣ,ନିୟମର ଗଣ୍ଠି ଭଲରେ ପକେଇଵୁ

ଯେମିତି ଦେଖା ନ' ହବ ଏ' ଜନ୍ମରେ

ଦୁଃଖ ଦଵା ପାଇଁ ତୋତେ, ମୁଁ ବଞ୍ଚିବି ନାହିଁ

ତୋ' ଵିନା ଆଉ କିଛି ମୁଁ ଭାବେ ନାହିଁ  ।


Rate this content
Log in

Similar oriya poem from Tragedy