ତମେ
ତମେ
ତମେ ଅପରୂପ ତମେ ଅନୁପମ
ତମେ ଯେ ଚିରସୁନ୍ଦର
ତମ ଶାନ୍ତମୂର୍ତ୍ତି ବିଶ୍ୱେ ଵିଲୋକନ୍ତି
ତମେ କରୁଣା ସାଗର ||
ତମ ଗୁଣଗାନ ଜାଣି ବିଶ୍ୱ ଜନ
ଅନ୍ତରେ ରଖନ୍ତି ବାନ୍ଧି
ତୁମର ଚାହାଁଣି ମନ ନିଏ କିଣି
ଭାବନାରେ ଅଛ ଛନ୍ଦି ||
ତମେ ନାମ ମୟ ତମେ ପ୍ରେମମୟ
କିଏ ବା ଭୁଲିପାରିଛି
କରୁଣା ସାଗର ଅନନ୍ତ ଅପାର
ଯିଏ ବା ତାକୁ ବୁଝିଛି ||
ତମେ ଜ୍ଞାନମୟ ତମେ ଦୟାମୟ
ଜ୍ଞାନ ର ବାରିଦ୍ଧି ତାରା
ତମେ ଶାନ୍ତିମୟ ତମେ ଭାବମୟ
ଭବ ପାରାବାରେ ପରା ||
ତମେ ଧର୍ମମୟ ତମେ ପୁର୍ଣ୍ୟମୟ
ସଂସାର ସାଗର ନାବ
ପରିକରିବାକୁ ଆସିଲ ଧରାକୁ
ପବିତ୍ରତା ପୂର୍ଣ୍ଣ ଭାବ ||
ତମେ ନାରାୟଣ ତମେ ଲୀଳାମୟ
ତମେ ପତିତପାବନ
ତମେ ମଧୁମୟ ତମେ କର୍ମମୟ
ଦେଲ ଆଦର୍ଶ ଚେତନ ||
ତମେ କ୍ଷମାମୟ ହୋଇଲ ସଦୟ
ତମେ ତ ସଚରାଚର
ଯାହା ମୁଁ ଚାହିଁଚି ତାହା ମୁଁ ପାଇଛି
ଭାବିଲ ଅତି ନିଜର ||
କିପରି ଭୁଲିବି ଭୁଲିପାରୁନାହିଁ
ତମେ ଅତି ଆପଣାର
ଜୀବ ଥିଲାଯାଏ ରହିଛି ରହିବି
ଧାୟୀ ତୁମର ପୟର ||