ତମେ
ତମେ
ତମେ ମୋ ଜୀବନ ହୃଦୟ ସ୍ପନ୍ଦନ
ତୁମ ବିନା ମୁଁ ଯେ ଶୂନ୍ୟ
ତମେ ମୋର ସୁଖ ଦୁଃଖ ଜୀବନର
ଭଲ ମନ୍ଦ ପାପ ପୁଣ୍ୟ ।
ମୋ ହସର ଭାଷା ମୋ ଲୁହ ର କଥା
ବୁଝି ପାର ବୋଲି ସାଥୀ
ଏଇ ଜୀବନ ଟା ହସି ଉଠି ମୋର
ଗାଉଛି ମଧୁର ଗୀତି।
ତୁମ ଅନୁରାଗ ପ୍ରଣୟ ପ୍ରେମ ଯେ
ପ୍ରାଣେ ମୋ ଜୀବନ ଭରେ
ତୁମ ମଧୁ କଥା ହରେ ସବୁ ବ୍ୟଥା
ପ୍ରୀତି ପରଶ କୁ ଝୁରେ।
ତୁମ ହାତ ଧରି ଉଡ଼ିବା ଶିଖିଲି
ଛୁଇଁଲି ନୀଳ ଗଗନ
ସାତ ଦରିଆ ର ଉଛୁଳା ତରଙ୍ଗ
ଭରିଲା ମନେ ସପନ।
ତମେ ଥିଲେ ପାଖେ ମୋ ଦୁନିଆ ହସେ
ଫୁଲର ମହକ ଭରି
ଜୀବନ ନଉକା ବାହି ନେବା ସାଥୀ
ଯିବା ନାହିଁ କେବେ ଡରି ।