Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Inspirational

4.0  

Prahallad Sahoo

Abstract Classics Inspirational

ତିନି ଭାଗ ଜଳ

ତିନି ଭାଗ ଜଳ

1 min
195


ଜଳ, ଜୀବନର ଆଦି ଏବଂ ଅନ୍ତ ସ୍ଥଳ

ଭାଗ, ଜୀବର ପ୍ରାରମ୍ଭ ଓ ବିନାଶ ଯୋଗ।

ଜଳ ଭାଗ ସମଗ୍ର ସୃଷ୍ଟିର ଅୟମାରମ୍ଭ

ସେଥିରୁ ଉତ୍ପତ୍ତି ଜେଲି ଫିସ ଜଳଚର।

ଧିରେ ଧିରେ ଉତ୍ପନ୍ନ ହେଲେ ଜୀବ ସମୁହ

ନାନାଵିଧ ଜୀବ ମଧ୍ୟେ ମନୁଷ୍ଯ ଅନ୍ଯତମ।

ସୃଷ୍ଟି ରଚିଲେ ବ୍ରହ୍ମା ତିନି ଭାଗ ଜଳ ପ୍ରଦାନି

ଏକ ଭାଗ ସ୍ଥଳେ ଜୀବ ମରେ ନପାଇ ପାଣି।

ଏ କେଉଁ ପ୍ରକାର ବିଚିତ୍ର ହେ ପ୍ରଭୁ ତୁମ ସୃଷ୍ଟିର

କଷି କଷି ସବୁ ଅଙ୍କ ଶେଷ ମିଳୁନି ଭାଗଶେଷ।

ତିନି ଭାଗ ଜଳେ ଏକ ଭାଗ କରନ୍ତି ଜଳ କେଳି

ଅପଚୟ କରି ବିନାସନ୍ତି ତା ମୂଲ୍ଯ ବୁଝି ନପାରି।

ସମାନୁପାତ ହୋଇଥିଲେ କଣ ଯେ ହୋଇଥାନ୍ତା

ତିନି-ଏକ ହୋଇବି ବୁଝିଲାନି ମଣିଷ ତା ମୂଲଟା।

ସେହି ଜଳ ଭାଗ ଯାହାର ବିନାଶରେ ସୃଷ୍ଟି ନାସ

ସେ ରୁଦ୍ର ରୂପ ନେଲେ ସୃଷ୍ଟି ହୋଇଯାଏ ବିଧ୍ବଂସ।

ଅବସ୍ଥା ଚକ୍ରରେ ସେ ତିନି ରୂପ ତରଳ,କଠିନ,ବାଷ୍ପୀୟ

ମେରୁ ପ୍ରାନ୍ତେ ବରଫ, ଗ୍ରୀଷ୍ମ ଉତ୍ତାପରେ ନିଏ ବାଷ୍ପ ରୂପ।

ବାଷ୍ପିଭୁତ ପାଣି ଭାସିଯାଏ ବହୁ ଦୂର ସାଜି ମେଘମେଦୁର

ଶୀତଳ ପରଶେ ବାୟୁ ସଙ୍ଗେ ମିଶି ବହିଯାଏ ପାଣି ଧାର।

ଟୋପାଏ ଜଳ ପାଇଁ ମେରୁ ଠାରୁ ମରୁଯାଏ ପଡିଛି ହାହାକାର

ବଞ୍ଚେଇ ରଖ ତାକୁ ଯଦି ବଞ୍ଚେଇବାର ଅଛି ଏହି ମର୍ତ୍ତମଣ୍ଡଳ।



Rate this content
Log in

Similar oriya poem from Abstract