STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
287


ଥୁଣ୍ଟା ଗଛ ଆଜି ଖୁଣ୍ଟା ହୋଇଗଲା

ଡାଳ,ପତ୍ର ହୀନ ହୃତ ମହକ

ତଥାପି ଭାବୁଛି ଦେବାକୁ ଅନେକ

ମିଟି ନାହିଁ ତାର ତ୍ୟାଗର ଭୋକ ।


ସପନ ଶ୍ମଶାନେ ବାହୁନି କାନ୍ଦୁଛି 

ଯନ୍ତ୍ରଣା ପୀଠରେ ସ୍ମୃତିର ସ୍ତବ

ମନ ତଳେ ତାର ସମର୍ପି ଦେବାର 

ଅବ୍ୟକ୍ତ ଶବ୍ଦର ବ୍ୟକ୍ତ ଆବେଗ ।


ଥୁଣ୍ଟା ଶରୀରଟା ସ୍ମୃତିରେ ଭିଜୁଛି

ନୀରବତା ମଧ୍ୟେ ପକ୍ଷୀ କାକଳୀ

ସନ୍ତୋଷ ସାଉଁଟା ମୁହୂର୍ତ୍ତ ଖୋଜୁଛି

ପାଶେ ଖାଁ ଖାଁ ଶବ୍ଦ ବୋବାଳି ।


ସ୍ମୃତି ରେ ଖୋଜୁଛି ପକ୍ଷୀର କାକଳୀ

ଶୀତଳ ଛାଇରେ ସନ୍ତୋଷ ଶ୍ଵାସ

କେତେ ହଟଗୋଳ କେତେ ମଧୁମେଳ

ଶାନ୍ତିର ମହଲ ପବିତ୍ର ହସ ।


ଥୁଣ୍ଟା ଗଛ ମୂଳେ ସବୁଜ ସମାଧି

ନିରସ ଡାଳର ବିରସ କଥା

ପ୍ରୀତି ଆଞ୍ଜୁଳୀରେ ଆଞ୍ଜୁଳେ ନିରାଶା

ଅପାରଗତାର ଚ଼ରମ ବ୍ୟଥା ।



Rate this content
Log in

Similar oriya poem from Tragedy