STORYMIRROR

Panchanan Jena

Romance

3  

Panchanan Jena

Romance

ତାପଜ କେନ୍ଦ୍ର

ତାପଜ କେନ୍ଦ୍ର

1 min
175

ମଶୁଶୀର ରାତି ପାହି ଆସିଲା ବେଳକୁ

ଆଖି ଖୋଲି ଧିରେ ଚାହିଁଲା ବେଳକୁ

ଝରକା ବାହାରେ ଘନ କୁହୁଡିର 

ମେଘୁଆ ଉତ୍ତରୀ

ଜଡେଇ ରଖିଛି ଭିଡେଇ ରଖିଛି

ଆକାଶ- ପୃଥିବୀ ମଝିରେ ଥିବା

ଯୋଯନ ଯୋଯନ ଦୂରୀ ।


ଅଳସୁଆମୀ ପୁଣି ଗ୍ରାସିବା ବେଳକୁ

କମ୍ବଳ ଭିତରେ ପୁଣି ପଶିବା ବେଳକୁ

ମୋବାଇଲରେ ଟିଂ ଟଙ୍ଗ୍

ତୁମ ଶୁଭ ସକାଳର ମ୍ୟାସେଜ୍ ପିଙ୍ଗ ପଙ୍ଗ

ମୁଗ୍ଧ ଚଳ ଚଞ୍ଚଳ ଚାତୁରୀ

ଗ୍ରାସ କରୁଥିଲା ବିକ୍ତିସତ୍ତା ମୋର

ପ୍ରେମାନୁଭାବ ଭଉଁରୀ ଚଉଁରୀ ।


ତକିଆ ପାଖରେ ମୋବାଇଲ୍ ଛୁଇଁବାକୁ

ଆଖି ବନ୍ଧ ବେଳେ ଅଣ୍ଡାଳିବାକୁ

ପୁଣି ଯେଉଁ ବ୍ୟସ୍ତତା ବ୍ୟଗ୍ରତା

ମୁରୁକି ହସର ସରୁ ଚଞ୍ଚଳତା 

ଜାଣ ପାହିଗଲା ସୁନେଲି ସର୍ବରୀ

ତାରା ଜହ୍ନ ଲୁଚି ଯାଇଥିଲେ ବି

ମନ ଆକାଶରେ ବେଶ୍ ଜଳୁଥିଲେ

ଦପ୍ ଦପ୍ ନୀଳ ମାୟା ନଗରୀ ।


କହି ହେବନି ସେ ହସ ହସ ଭାବନା

ମନ ଆଇନାରେ ପେଛା ପେଛା ଜୋଛନା

ଭାବି ନେଲି ଦେଖାହେଲେ ପଚାରିବି

 ତାପଜ କେନ୍ଦ୍ର ବୋଧେ ତୁମେ

ତୁମକୁ ଭାବିଲେ ଇଚ୍ଛିଲେ କାହିଁ ଜାଗ୍ରତେ

ବିକିରଣ ହୁଏ ତାପମାତ୍ର କୁଣ୍ଡଳି ଚିରି ।


Rate this content
Log in

Similar oriya poem from Romance