STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଫୁର୍ତ୍ତିମୟୀ ଫେବୃୟାରୀ

ଫୁର୍ତ୍ତିମୟୀ ଫେବୃୟାରୀ

2 mins
3

କବିତା - ଫୁର୍ତ୍ତିମୟୀ ଫେବୃୟାରୀ
ରଚନା - ପଞ୍ଚାନନ ଜେନା
 ତାରିଖ -୧୩-୦୨-୨୦୨୬
++++++++++++++++++
 କ୍ୟାଲେଣ୍ଡର ପୃଷ୍ଠା ବଦଳାଉଥିଲି
 ଧର୍ମପତ୍ନୀଙ୍କ ବହୁ ତାଗିଦ୍ ପରେ
ବହୁ ଯୁକ୍ତି ତର୍କ ବିତର୍କ ପରେ
 ଅନିଚ୍ଛାକୁ ପଛକୁ ଠେଲି ଉଲଟାଉଥିଲି

 ଫଡ଼କିନା ଜାନୁୟାରୀ ମାସ ପରେ
ଫେବୃୟାରୀ ମାସର ପୃଷ୍ଠା ଆଖି ଆଗରେ
 ଝଲସି ଉଠିଲା ସରାଗରେ
 ଚୂପକିନା ମୁରୁକି ହସିଦେଲା ଥରେ
ଆଉ କହୁ କହୁ କହିଦେଲା ଇଙ୍ଗିତରେ
 ଛୋଟ ହେଲେ ବି ଅଳ୍ପସ୍ଵଳ୍ପ ଦୁଷ୍ଟାମୀ କରେ

 ଧପକିନା ଜଳିଗଲା ଚିନ୍ତାର ବିଜୁଳି
 ଖପକିନା ଦିଶିଗଲା ଚେତନାର ଚୈତାଳି
ଫେବୃୟାରୀ ମାସକୁ ନେଇ ଖେଳିଗଲା
ଅନନ୍ତ ଅସରନ୍ତି ଭାବନା ବିନ୍ୟାସ ଶେଫାଳୀ

 ବହେ ଭାବିଲି ଚିନ୍ତା କଲି
 ମନେ ମନେ ଗଣିସାରି ମାନିନେଲି
୨୮ ଦିନିଆ ମାସଟା ହୋଇପାରେ
ଛୋଟ କାଟିଆ ଦିଶିପାରେ
କନିଷ୍ଠତମ ମାସ ଲାଗିପାରେ
ହେଲେ ସୁଖ ଦୁଃଖ ସବୁ ବାନ୍ଧିଛି ଗଣ୍ଠିଲି କରି

 କେନ୍ଦ୍ରୀୟ ବଜେଟ୍ ଅଧିବେସନ ବି ଅଛି
 ହସନ୍ତ ବସନ୍ତ ଋତୁର ଆଗମନୀ ବି ଅଛି
ଶେଷ ଶୀତର ହାଲୁକା ପ୍ରକୋପ ବି ଅଛି
 ଭାଲେଣ୍ଟାଇନ୍ ଡେ ପରି ପର୍ବ ପର୍ବାଣୀ ବି ଅଛି

 ଶିବରାତ୍ରୀର ଭକ୍ତି ଉପବାସ ବି ଅଛି
ଟି ଟ୍ୱେଣ୍ଟି ବିଶ୍ଵକପ କ୍ରିକେଟ ମ୍ୟାଚ ବି ଅଛି
ଶୁଭ ବିବାହ ବ୍ରତୋପନୟନ ବାର ବି ଅଛି
ବନ୍ଧୁ ମିଳନ ବଣଭୋଜି ରଙ୍ଗ ଆସର ବି ଅଛି

 ମେଳା ମେଳଣ ବାର୍ଷିକ ଉତ୍ସବ ବି ଅଛି
ଖେଳକୁଦ କ୍ଲବ ତରଫରୁ ଟୁର୍ନାମେଣ୍ଟ ବି ଅଛି
ପୁସ୍ତକ ମେଳା ଢ଼େଙ୍କାନାଳ ମହୋତ୍ସବ ବି ଅଛି
ଶସ୍ତା ସବୁଜ ପନିପରିବା ହାଟରେ ମିଳୁଛି
କୋବି ଟମାଟୋ ମଟର ଛୁଇଁକୁ କିଏ ବା ପଚାରୁଛି

 ଆମ୍ବ ବଉଳର ବାସ୍ନା ବି ଅଛି
ପତଳା କୁହୁଡି ଆସ୍ତରଣ ବି ଅଛି
କଅଁଳ ଖରାରେ ଖବରକାଗଜ ପଢ଼ା ବି ଅଛି
 କମ୍ବଳତଳେ ବିନାପଙ୍ଖାରେ ଶୋଇବା ବି ଚାଲିଛି

 ପୁଣି ବଦଳି ଗଲା ଦୃଷ୍ଟିକୋଣ
 ମନକୁ ଧସେଇ ପଶିଲା କିଛି କଷ୍ଟଦାୟକ ପ୍ରମାଣ

 ପତ୍ରଝଡ଼ାର ଆରମ୍ଭ ବି ଅଛି
ମିଳମିଳା କାମଳ ରୋଗ ବି ବ୍ୟାପୁଛି
ବୋର୍ଡ ପରୀକ୍ଷାର ଭୟ ବି ଅଛି
 ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ବି ରହିଛି

 ପ୍ରେରଣା ଉତ୍ସବର ଆୟୋଜନ ବି ଅଛି
ପ୍ରାକଟିକାଲ ମାର୍କ ସବୁର ଆପଲେ।ଡିଙ୍ଗ୍ ଅଛି
 ହାତୀ ମଣିଷ ଲଢ଼େଇ ବି ଚାଲିଛି
ଜଙ୍ଗଲ ନିଆଁ ଲାଗିବାର ଭୟ ବି ରହିଛି

 ସତରେ ସମୟର ବାର୍ଷିକ ସରଣୀରେ
 ଛୋଟମୋଟ ଦିଶୁଥିଲେ ବି ବ୍ୟସ୍ତବହୁଳ ବିଭ୍ରାଟ
ଫୁର୍ତ୍ତିମୟୀ ଫେବୃୟାରୀଟା ଛୋଟରେ ବିରାଟ
 କ୍ଷୁଦ୍ରାତିକ୍ଷୁଦ୍ର ମାସ ହେଲେ ବି ମହିୟସୀ କିରୀଟ


Rate this content
Log in

Similar oriya poem from Fantasy