STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଭିନ୍ନରେ ଅଭିନ୍ନ

ଭିନ୍ନରେ ଅଭିନ୍ନ

1 min
12

କବିତା - ଭିନ୍ନରେ ଅଭିନ୍ନ
 ରଚନା - ପଞ୍ଚାନନ ଜେନା
ତାରିଖ -୦୯-୦୨-୨୦୨୬
+++++++++++++++++
 ମୁଁ ଶାନ୍ତ ନୀଡ଼
 ସେ ଅଶାନ୍ତ ଝଡ଼
 ଥରକୁ ଥର ନିହାରୁ ଥାଏ
ସତେ ଯେମିତି ପୃଥିବୀଟା ଉଲଟ ପାଲଟ ହୋଇଗଲା କି?
ଶାନ୍ତିସ୍ତୁପ କେମିତି ହେଲା କଣ୍ଟାବାଡ଼

 ମୁଁ ମୌନୀ ତପସ୍ୱିନୀ
 ସେ କଳକଳ ନାଦିନୀ ସ୍ରୋତସ୍ଵିନୀ
 ଉପରେ ପଡି ହସେ ଅଙ୍ଗଭଙ୍ଗୀ ହାସିନୀ
ପ୍ରତ୍ୟେକ ଚିଡେଇବା ପରେ
ମୋ ମୁଁହକୁ ଚାହିଁଦେଇ ଫିକ୍ କିନା ହସିଦିଏ
ମୋ ଟାଣପଣକୁ ଭାଙ୍ଗିଦେବାକୁ
 ସତେ ଯେମିତି ପଣ କରି ବସିଛି କି ?
 ଚିଙ୍ଗୁଡ଼ିଆ ଦଳ କେମିତି ହେଲା ବିଲେଇ ନାନୀ

 ମୁଁ ହେଲେ ବିଦ୍ରୋହୀ
 ସେ ଅନ୍ଧାର ଆରୋହୀ
ମୁଁ ଅଝଟ ଝଞ୍ଜଟ ହେଉଥିଲେ
 ଆପେ ଆପେ ଗପୁଥିଲେ
ଭଲ ଭେଲ ନ ବୁଝି ଖାଲି ବିକୁଥିଲେ
ସେ କଣେଇ ଚାହେଁ
ଯେମିତି ନାଟକ ବନ୍ଦ କରିବାକୁ
 ଇଙ୍ଗିତ ଫିଙ୍ଗୁଥାଏ
ସତେ ଯେମିତି ତୁଣ୍ଡି ବାନ୍ଧି ଦେବ କି ?
ପୋଥି ବାଇଗଣ କେମିତି ହେଲା ସୁବର୍ଣ୍ଣ ମଣୋହୀ

 ଏତେ ଟାହି ଟାପରା ପରେ ବି
ଟଙ୍କାର ଦୁଇପାଖ ପରି ନଛୋଡ଼ବନ୍ଧା
ଯାଆଁଳା ହେଲେ ବି
 ଗୋଟିଏ ମା ପେଟରୁ ଜନ୍ମିଥିଲେ ବି
ଭିନ୍ନରେ ଅଭିନ୍ନ ଭିନ୍ନତାରେ ଏକତାଛନ୍ଦା


Rate this content
Log in

Similar oriya poem from Fantasy