STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବ୍ୟର୍ଥ ଭ୍ରମଣ

ବ୍ୟର୍ଥ ଭ୍ରମଣ

1 min
3

କବିତା - ବ୍ୟର୍ଥ ଭ୍ରମଣ
ରଚନା - ପଞ୍ଚାନନ ଜେନା
ତାରିଖ -୧୨-୦୨-୨୦୨୬
++++++++++++++++
 ମରିବା , ଯୁଇରେ ଜଳିବା
 ମୁଠାଏ ପାଉଁଶ ହେବା
 ଯଦି ନିୟତିର ଇଚ୍ଛା
ତେବେ
ମରିଯାଉ ଯାବତୀୟ ଛଳନାର ଛଇ
ସରିଯାଉ ନିରୁପାୟ ହୃଦୟର ଖଇ
 ଥମିଯାଉ ଜଳୁଥିବା ସମସ୍ୟାର ଛାଇ
 ଲିଭିଯାଉ ଫୁଟୁଥିବା ପାପ କଢ଼େଇ

 ମରିଯିବା ତରିଯିବା
ମାଟିରେ ମିଶିବା
 ଜୀବନ ଦୀପ ଲିଭିଯିବା
 ଯଦି ଅନ୍ତିମ ଇଚ୍ଛା
ତେବେ
ଭରିଯାଉ ସବୁ ସମୟର ଅକ୍ଷମଣୀୟ କ୍ଷତ
ପୋତିଯାହୁ ସବୁ ପାଉଁଶର ପ୍ରଲେପ ଅକ୍ଷତ
 ଭାଙ୍ଗିଯାଉ ସବୁ ମାଠିଆରେ ଆବଦ୍ଧ ମୌନବ୍ରତ
 ଲିପିଯାଉ ସବୁ ଗୋବର ପାଣିରେ ପାପିନେତ

 ହାରିଯିବା ପରାଜୟ ଲଭିବା
ଭାଙ୍ଗିଯିବା ଖଣ୍ଡ ଖଣ୍ଡ ହେବା
ମରଣାକୁ ହସି ହସି ବରଣ କରିବା
ଯଦି ଶେଷ କଥା
ତେବେ
ଉତୁରିଯାଉ କ୍ଷୀର ପରି ସଂପର୍କର ଡୋର
 ବତୁରଯାଉ ଲୁହ ପରି ଦୟା କରୁଣାର ଝର
 ପଚୁରିଯାଉ ଲହ ଲହକା ବଙ୍କା ମଇଳା ନୀର
 ପତରିଯାଉ ଘୁଣଖିଆ ମାଟିକାନ୍ଥରେ ଲଟକା ତୀର

 ମରଣ ଯଦି ଶେଷ ସରଣ
କାହିଁ ପାଇଁ ଏତେ
ତୀର୍ଥ ବ୍ୟର୍ଥ ଭ୍ରମଣ
ଚରଣ ଯଦି ଶେଷ ତାରଣ
କାହିଁ ପାଇଁ କାଶି
ଗୟା ଗଙ୍ଗା ଆକାରଣ


Rate this content
Log in

Similar oriya poem from Inspirational