STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଶେଷ ଫାଟକ

ଶେଷ ଫାଟକ

1 min
13

କବିତା - ଶେଷ ଫାଟକ
 ରଚନା - ପଞ୍ଚାନନ ଜେନା
 ତାରିଖ -୦୫-୦୨-୨୦୨୬
++++++++++++++++
 ଜେଜେମାର କଥା
 ଜହ୍ନରେ ଠେକୁଆ ବସିଛି ଲାଞ୍ଜ ହଲେଇ
 ନାସାର ବୈଜ୍ଞାନିକମାନେ କହିଲେ
ପାହାଡ଼ ପର୍ବତ ଆଗ୍ନେୟଗିରୀ ଭୂଇଁ
 ବଡ଼ ଦୁଃଖ ହେଲା ସେଦିନ
ମୋ ଜେଜେମା ସାଜିଗଲା ମିଛେଇ

 ଆଜି କିନ୍ତୁ ଭାବୁଛି
 ସେ ମଧୁର ମିଥ୍ୟାର ଆଶ୍ରୟ ତଳେ
ଲୁଚିଥିଲା ସ୍ନେହ ମମତାର ପୂର୍ଣ୍ଣ ସୁରେଇ
 ପେଟକୁ ବୁଝେଇ ଦେ ମୁଠାଏ ଭାତ କେବଳ ତୋ ପେଟ ପାଇଁ କି ? ଗୋଟିଏ ଧାନରୁ ଗୋଟିଏ ଚାଉଳ
ଭାତ ଗାଳିବା ପରେ ଭୋକ ଲାଗେ ସହଳ କାହିଁକି ?

 ଶୀତ ଯିବ ଯିବ ବୋଲି ହେଉଛି ସଜବାଜ
 ଫଗୁଣ ମଳୟ ବହିବ ବହିବ ବୋଲି ଅସହଜ
 ଆମ୍ବ ବଉଳର ବାସ୍ନା ଋତୁରାଜର ମୁକୁଳା ତୃଷ୍ଣା
 ମନେ ପକେଇ ଦିଏ ଜେଜେମାର ଶବ୍ଦ ଆବାଜ

 ପତ୍ରଝଡ଼ାର ପର୍ବକୁ ଦେଖ
ଥୁଣ୍ଟା ଗଛରେ ନବ କିଶଳୟ ହିଁ ଯୌବନ
 ଜୁଆରିଆ ନଈକୁ ପରଖ
ଅତଡ଼ା ଖସିଲେ କୂଳ ଦନ୍ତୁରିତ ହିଁ ନବୀନ
 ଭାଗଫଳ ପୁନର୍ବାର ତନଖ
ଭାଗଶେଷରେ ଅୟତାବଦ୍ଧ ଅଙ୍କ ହିଁ ଜୀବନ
ଦେଖୁ ଦେଖୁ ହିସାବ ଶେଷ ଫାଟକ
 ଶୂନ୍ୟବ୍ରହ୍ମରେ ବିଚରଣ କରିବା ହିଁ ଅର୍ବାଚୀନ


Rate this content
Log in

Similar oriya poem from Fantasy