STORYMIRROR

Panchanan Jena

Romance

4  

Panchanan Jena

Romance

ନିହାରକନ୍ୟା

ନିହାରକନ୍ୟା

1 min
23

କବିତା - ନିହାରକନ୍ୟା
 ରଚନା - ପଞ୍ଚାନନ ଜେନା
 ତାରିଖ -୧୨-୦୨-୨୦୨୬
+++++++++++++++++
 ତୁମେ ଆସିଲେ ଏମିତି ହେବ
ତୁମେ ଆସିଲେ ସେମିତି ହେବ
 ମନେ ମନେ ରଟୁଥାଏ
ଗପୁଥାଏ ଘୋଷୁଥାଏ
 କିନ୍ତୁ ତୁମେ ଆସିଲା ବେଳରୁ
 ସବୁ ଦୁଷ୍ଟାମୀ ବାଚାଳାମୀ ପାଗଳାମୀ
ଧୀରେ ଧୀରେ ଶାନ୍ତୀ ପ୍ରଶାନ୍ତୀ ପଥଗାମୀ

 ଲାଗୁଛି ଯେମିତି
 ବଗିଚାର ସବୁ ଫୁଳ ସ୍ଥିର
ମୃଦୁ ମଳୟ ସ୍ଥାଣୁ ସ୍ଥବିର
ଚଣ୍ଡି ଉଦଣ୍ଡି ସାଜି ଯାଇଛି କଳସୀ ନୀର

 ସତ କହୁଛି
ତୁମେ ଆସିଲେ ଖେଳେ ନୀରବତା
 ତନୁ ମନ ବନରେ ଦିଶେ ସ୍ଥିରତା
କଥା ବାର୍ତ୍ତା ବ୍ୟଥାରେ ସହନଶୀଳତା
 ତୁଣ୍ଡରେ ମୁଣ୍ଡରେ ଚଢି ବୁଲୁଥିବା
ବେଳ ଅବେଳରେ ଦରାଣ୍ଡି ପକଉଥିବା
ନେଖି ଗଜି ଜାଗରା ଉକୁଣି ମାନଙ୍କ ପରି
 ଶିଖର ପ୍ରଦେଶ ଛୁଇଁ ଧାଉଁଥିବା
ବ୍ୟର୍ଥ ବାରଙ୍ଗନା ପରି କୁଭାବନା ସବୁ
 ସ୍ପର୍ଶ ମାତ୍ରକେ ଲାଜକୁଳି ଲତା ପରି
 ଚାଉଁକିନା ଲାଜେଇଯାଏ ଉଭେଇଯାଏ

 ମଥା ଛୁଉଁଛି
ତୁମେ ଆସିଲେ ଶାନ୍ତିର ପ୍ରଦୀପ ଜଳେ
ମଉଳା ମୁଁହରେ ଉଛୁଳା ସଂସାର ମୁରୁକି ଭାଳେ
କୁହୁଳା ତନୁରେ ଆମ୍ବ ବଉଳ ପରି ଫଗୁଣ ଖେଳେ
 ତୁମ ମାଂସଳ ବକ୍ଷରେ ମଥା ପାତି ସମୟ ଢୁଳେ

ଅଳପ ଗଳପ କରୁ କରୁ ସପ୍ତାହାନ୍ତ ସରେ
ସକାଳେ ତୁମେ ଫେରିବ
ଫେରିଯିବ ଭାବିଦେଲେ
ଛାତି ତଳେ ଲୁହର ବନ୍ୟା
 ସିନ୍ଦୁରା ଫାଟି ସାରିଥିବ
ଉଜ୍ଜଳ ଆଲୋକେ ଧନ୍ୟା
ଲୁହର ତର୍ପଣ ଅର୍ପଣକୁ ପୋଛି ପଣତେ
 ଶୁଭ ମନାସି ବିଦାୟ କହେ
ଅଳସୀ ନିହାରକନ୍ୟା


Rate this content
Log in

Similar oriya poem from Romance