STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଅମଳିନ ଅମ୍ଳଜାନ

ଅମଳିନ ଅମ୍ଳଜାନ

1 min
2

କବିତା - ଅମଳୀନ ଅମ୍ଳଜାନ
ରଚନା - ପଞ୍ଚାନନ ଜେନା
ତାରିଖ -୧୧-୦୨-୨୦୨୬
 +++++++++++++++++
 ତିନି ଭୂବନରେ ନାହିଁ ଯା'ର ପଟାନ୍ତର
ହେ ବାପା ପରମେଶ୍ୱର
 ତବ ପଦ୍ମପାଦେ କରୁଛି ସାଷ୍ଟାଙ୍ଗ ପ୍ରଣାମ
ସ୍ବର୍ଗାରୋହଣ ଦିନେ ଘେନାକର
ହେ ବାପା ପରମେଶ୍ବର ---

 ତୁମେ ସ୍ବର୍ଗପୁର ତୁମେ ମର୍ତ୍ତ୍ୟସଂସାର
 ତୁମେ ହିଁ ପାତାଳପୁର
ତୁମେ ମହାମନ୍ତ୍ର ତୁମେ ବେଦମନ୍ତ୍ର
ତୁମେ ହିଁ ସଞ୍ଜିବନୀ ସ୍ୱର
 ମହାପ୍ରୟାଣ ଦିବସେ ଆଶିର୍ବାଦ କର
ହେ ବାପା ପରମେଶ୍ଵର--- ---

 ସୃଜନରେ ବ୍ରହ୍ମା ପାଳନରେ ବିଷ୍ଣୁ
ତାଡ଼ନରେ ତୁମେ ମହେଶ୍ବର
ଆମ ପାଇଁ ତୁମେ ଅଣୁ ପରମାଣୁ
ଜଳଚକ୍ର ପରି ବହେ ନିରନ୍ତର
ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଆମର
 ହେ ବାପା ପରମେଶ୍ଵର --- ---

 କେବେ ଲାଗ ଗମ୍ଭୀର କେବେ ମାଙ୍କଡ଼ା ପଥର
କେବେ ଆକାଶ ପରି ଉଦାର
କେବେ ସ୍ନେହ ଆଦରରେ ମାଆଠୁ ଆଗରେ
କେବେ ମହାକାଶ ଉପର
ସବୁ ସମୟରେ ଆମ୍ଭଙ୍କୁ କରାଅ ପାର
ହେ ବାପା ପରମେଶ୍ଵର ---+

 ବୁଣୁଥାଅ ସ୍ବପ୍ନ ମୁଣ୍ଡଝାଳ ତୁଣ୍ଡରେ ମାରି
ମଗ୍ନ ତପସ୍ଵୀ ପରି
ତୁମ ତ୍ୟାଗବଳେ କାୟା ଦୟା ଛାୟା ମୂଳେ
ସଂଗ୍ରାମୀ ସୈନିକ ତରୀ
ମନରେ ଜଗାଅ ବିଭୁପ୍ରେମ କରୁଣା ଝର
 ହେ ବାପା ପରମେଶ୍ବର ---

 ନିଜଠୁ ଅଧିକ ସୁନାମ ଅର୍ଜନ ଦେଖିଲେ
 ଫୁଲିଉଠେ ଛାତି ଗର୍ବେ
 କଷ୍ଟ କଣ୍ଟକ ପଥେ ପାଦ ପଡିଗଲେ ଆଗେ
ଧରିନେଇ କୋଳାଗ୍ରତ ସର୍ବେ
ବିଶୁଦ୍ଧ ଅମ୍ଳଜାନ ଥିଲ ତୁମେ ଘର ପରିବାର
ହେ ବାପା ପରମେଶ୍ବର--- ---


Rate this content
Log in

Similar oriya poem from Inspirational