STORYMIRROR

Panchanan Jena

Fantasy

4  

Panchanan Jena

Fantasy

ପ୍ରେମ ପଣକିଆ

ପ୍ରେମ ପଣକିଆ

1 min
5

କବିତା - ପ୍ରେମ ପଣକିଆ
ରଚନା - ପଞ୍ଚାନନ ଜେନା
 ତାରିଖ -୦୭-୦୨-୨୦୨୬
 ++++++++++++++++
 ପ୍ରେମ ପରା ଅମୀୟ ପୀୟୁଷ
ସେହି ଧାରରେ ବନ୍ଧା ଆୟୁଷ
ତୁମେ ଆଉ ମୁଁ
 ହାତ ଧରି ପରା ଚାଲିଛେ
 ସେହି ଅମୃତ ଧାରରୁ ପିଇ ଢ଼ୋକେ ଗଣ୍ଡୁଷ

 ପ୍ରେମ ପରା ସ୍ଵର୍ଗୀୟ ଈଶ୍ୱରୀୟ
 ନିର୍ମିଳ ଭାବନାରେ ବନ୍ଧା ଉତ୍ତରୀୟ
ତୁ ଆଉ ମୁଁ
ସେହି ନୈସର୍ଗିକ ବନ୍ଧନରେ
ବାନ୍ଧି ହୋଇଛେ
ଜୀବନର ବଡ଼ଦାଣ୍ଡରେ
 ପାହୁଣ୍ଡ ପକେଇବା ଥୟ

 ପ୍ରେମର ଗଭୀରତା ପରା ଅଥଳ ଅଥୟ
 ସ୍ନେହ କଲ୍ଲୋଳରେ ନିତି ଧୋଇ ହୁଏ ପ୍ରମେୟ
ତୁ ଆଉ ମୁଁ
ସେହି ଗଭୀରତାରେ ପହଁରି ଚାଲିଛେ
 ବିଶ୍ୱାସ ତରୀରେ ବାହି ଚାଲିଛେ ଲକ୍ଷ୍ୟ ବିଜୟ

 ଭଲ ପାଇବା ପରା ଫୁଲ ପରି କୋମଳ
ମନ ଦେବା ନେବା ପରା ପତ୍ର ପରି କଅଁଳ
 ତୁ ଆଉ ମୁଁ
ସେହି ମନବନର ପରିଧିରେ ଘୁରି ବୁଲୁଛେ
 ଭୂଗୋଳ ଖୋଜିବା ଆରମ୍ଭ କରିଛେ ସବୁ ସମ୍ବଳ

 ଲୋକଦେଖାଣିଆ ହେଲେ ପ୍ରେମ ପାଣିଚିଆ
 ମନରେ ଭ୍ରମ ସଂପର୍କରେ ଧୂଆଁ ଆଇଗଣିଆ
 ତୁ ଆଉ ମୁଁ
ସଂକୀର୍ଣ୍ଣ ଦେହ ଦେହଳୀର ସରୁ ଅର୍ଗଳି ଡେଇଁ
ଲେଖିବା ଚାଲ ତ୍ୟାଗ ତର୍ପଣରେ ପ୍ରେମ ପଣକିଆ


Rate this content
Log in

Similar oriya poem from Fantasy